୧୭ ବର୍ଷ ପରେ ବି ଖାଲିପଡିଛି ପରବୀନ ବାବିଙ୍କ ଫ୍ଲାଟ୍‌, ଜାଣନ୍ତୁ କାହିଁକି

ଆଜି ବି ଖାଲିପଡିଛି ପରବୀନ ବାବିଙ୍କ ଫ୍ଲାଟ୍‌ । ମୃତ୍ୟୁର ୧୭ ବର୍ଷ ପରେ ବି ଫ୍ଲାଟକୁ କିଣିବାକୁ ରାଜି ହେଉନାହାନ୍ତି କେହି । ଫ୍ଲାଟରେ ଯିଏବି ରହିବାକୁ ଚାହୁଁଚି, ସେମାନଙ୍କୁ ଅଜବ ପ୍ରକାରର ବିଚାର ଆସୁଛି ।

ପରବୀନ ବାବି ଫିଲ୍ମ ଇଣ୍ଡଷ୍ଟ୍ରୀର ବିନ୍ଦାସ ଅଭିନେତ୍ରୀ । ଦର୍ଶକେ କେବଳ ତାଙକ ଅଭିନୟ ନୁହେଁ ବରଂ ସୁନ୍ଦରତାରେ ପାଗଳ ଥିଲେ । କିନ୍ତୁ ବହୁତ କମ୍‌ ଲୋକ ଜାଣିଥିବେ କି, ପରବୀନ ବାବିଙ୍କ ମୃତଦେହ ନିଜ ଫ୍ଲାଟରେ ମିଳିଥିଲା । ଆଉ ଦୀର୍ଘ ୧୭ ବର୍ଷ ହେଲାଣି ସେହି ଫ୍ଲାଟ ଖାଲିପଡିଛି ।

ମୁମ୍ବାଇର ଜୁହୁ ବିଚରେ ରିବେରା ବିଲିଡିଂର ୭ମ ମହଲା ଫ୍ଲାଟରେ ରହୁଥିଲେ ପରବୀନ ବାବି । ସେହି ରୁମର ବାଲକୋନୀରେ ବସି ସମୁଦ୍ରର ମଜା ନେଉଥିଲେ । ପରବୀନ ବାବି ସ୍ରିଜୋଫେନିଆ ରୋଗରେ ପୀଡିତ ଥିଲେ । ତାଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ଯାହା ପାଇଁ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁର ୩ ଦିନ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ମୃତଦେହ ସେହି ଘରେ ପଡି ରହିଥିଲା । ଖବର କାଗଜ ବାଣ୍ଟୁଥିବା ବ୍ୟକ୍ତି ଜାଣିବାକୁ ପାଇଥିଲେ କି ୩ ଦିନ ହେଲାଣି ଅଭିନେତ୍ରୀ ଜଣକ ନ୍ୟୁଜପେପର ନେଉନାହାନ୍ତି । ଏହାପରେ ଫ୍ଲାଟକୁ ଖୋଲାଯାଇଥିଲା । ଆଉ ତାଙ୍କ ମୃତଦେହକୁ ଜବତ କରାଯାଇଥିଲା ।

ମୁମ୍ବାଇର ଜୁହୁ ବିଚରେ ରିବେରା ବିଲିଡିଂର ୭ମ ମହଲା ଫ୍ଲାଟରେ ସମୁଦ୍ରର ମଜା ଉଠାଇ ହେଉଥିଲେ ମଧ୍ୟ ଏହି ଫ୍ଲାଟରେ ରହିବାକୁ କେହି ବି ପ୍ରସ୍ତୁତ ନୁହନ୍ତି । ଅଭିନେତ୍ରୀଙ୍କ ମୃତ୍ୟୁର ୧୭ ବର୍ଷ ପରେ ମଧ୍ୟ ଏହି ଫ୍ଲାଟରେ ରହିବାକୁ କେହି ଚାହୁଁନାହାନ୍ତି। ଯଦି କେହି ଏହି ଫ୍ଲାଟରେ ରହିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କ ମନରେ ଅଦ୍ଭୁତ ଚିନ୍ତାଧାରା ଏବଂ ବିଚାର ଆସୁଛି ।

ଏହି ଫ୍ଲାଟ ବିକ୍ରି ପାଇଁ ରହିଥିବା ବେଳେ କେହି କିଣୁ ନାହାନ୍ତି । ଆଉ ଏହି ଫ୍ଲାଟରେ ରହିବାକୁ ହେଲେ ମାସକୁ ୪ ଲକ୍ଷ ଟଙ୍କା ଦେବାକୁ ପଡିବ । ତେଣୁ ଏହି ଫ୍ଲାଟ୍‌ ଆଜିଯାଏ ଖାଲିପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.