Below header

ଏମିତି ଏକ ସ୍କୁଲ ଯେଉଁଠି ୩ ଛାତ୍ରଙ୍କୁ ୩ ଶିକ୍ଷକ

କେଉଁଠି ପିଲା ଅଛନ୍ତି, କିନ୍ତୁ ଶ୍ରେଣୀଗୃହ ଏବଂ ଶିକ୍ଷକଙ୍କ ଅଭାବ ରହିଛି । ହେଲେ ସୁବର୍ଣ୍ଣପୁର ବିନିକା ବ୍ଳକର ଗରିଆପାଲି ଗାଁ ସ୍କୁଲରେ ବିପରୀତ କଥା । ଏଠି ଶିକ୍ଷକ ଅଛନ୍ତି, ହେଲେ ପାଠ ପଢିବାକୁ ପିଲା ନାହାନ୍ତି । ସ୍କୁଲରେ ସବୁ ଭିତ୍ତିଭୂମି ଥାଇ ମଧ୍ୟ ଆସୁନାହାନ୍ତି ପିଲା । ଏଠାରେ ତିନିଜଣ ଛାତ୍ରଙ୍କୁ ପାଠ ପଢାଉଛନ୍ତି ତିନି ଜଣ ଶିକ୍ଷକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସ୍କୁଲରେ ଅଛନ୍ତି ମାତ୍ର ୩ଟି ପିଲା । ତିନି ବର୍ଷ ପୂର୍ବେ ସ୍କୁଲରେ ୧୫ ଜଣ ପିଲା ପଢୁଥିଲେ ।

ହେଲେ ବର୍ତ୍ତମାନ ଅଛନ୍ତି ମାତ୍ର ୩ଜଣ । ୧୯୭୯ ମସିହାରେ ସ୍ଥାପିତ ହୋଇଥଲା ଏହି ସ୍କୁଲ । ପିଲାନଥିଲେ ମଧ୍ୟ ସ୍କୁଲକୁ ବନ୍ଦ କରାଯାଉନାହିଁ । ଫଳରେ ଆଳ ଦେଖାଇ ଶିକ୍ଷକମାନେ ନିଜ ନିଜ କାମରେ ଚାଲିଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବେସରକାରୀ ସ୍କୁଲରେ ପାଠପଢିବାକୁ ପିଲା ବେଶି ଆଗ୍ରହ ପ୍ରକାଶ କରୁଥିବା ଗ୍ରାମବାସୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.