ପ୍ରତୀକ୍ଷିତ ଭୁବନେଶ୍ୱର ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ ଉଦଘାଟିତ

ଭୁବନେଶ୍ବର (କେନ୍ଯୁଜ୍) : ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦଘାଟନ କରିଛନ୍ତି । ଏବେ ରଙ୍ଗିନ ଆଲୋକମାଳାରେ ଝଲସିଉଠୁଛି ରେଲୱେ ଓଭରବ୍ରିଜ । ଭୁବନେଶ୍ୱର ସ୍ମାର୍ଟ ସିଟିରେ ଗମନାଗମନକୁ ଆହୁରି ସୁଗମ କରିବା ପାଇଁ ଏହି ଓଭରବ୍ରିଜ ନିର୍ମିତ ହୋଇଛି । ୨୦୧୨ ମସିହା ଅଗଷ୍ଟ ୩୧ରେ ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

ଏହାର ନିର୍ମାଣ ପାଇଁ ଉଭୟ ରାଜ୍ୟ ସରକାର ଓ ରେଳବାଇ ମିଳିତ ଭାବେ ୫୦ ପ୍ରତିଶତ ଲେଖାଏଁ ଅର୍ଥ ବହନ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ନିର୍ମାଣ ପାଇଁ ୨୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ୨୮ କୋଟି ଟଙ୍କାକୁ ବୃଦ୍ଧି ହୋଇଥିଲା । ଏହି ରେଲୱେ ଓଭରବ୍ରିଜ ଉଦଘାଟିତ ହୋଇଥିବାରୁ ଏଣିକି ପୋଖରୀପୁଟ ଲେଭଲ କ୍ରସିଂରେ ବିଭିନ୍ନ ସମୟରେ ଲାଗି ରହୁଥିବା ଟ୍ରାଫିକ ସମସ୍ୟାର ଅନ୍ତ ଘଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.