ସୁନ୍ଦରଗଡ: ସହି ହେଲାନି ବାପାଙ୍କ ନିର୍ଯାତନା, ଏକା ସଙ୍ଗେ ବିଷ ପିଇଲେ ୩ ଭଉଣୀ

ଅଭାବନୀୟ । ଏକା ସଙ୍ଗେ ବିଷ ପିଇଲେ ୩ ଭଉଣୀ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ପାତାଳକାଣ୍ଡ ଗାଁରେ ଏଭଳି ଘଟଣା ଘଟିଛି । ଗୁରୁତର ଭାବେ ୩ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାପାଙ୍କ ନିର୍ଯାତନା ସହିନପାରି ସମସ୍ତେ ଫିନାଇଲ ପିଇଥିବା ଯଣାପଡିଛି । ବଡ ଝଅ ଯୁକ୍ତ ଦୁଇ, ମଝିଆ ଝିଅ ଦଶମ ଓ ସାନ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ନାବାଳିତକାଙ୍କ ବାପା ମଦ ପିଇ ଗିଳି ଗୁଲଜ କରିବା ସହ ମାଡ ମାରିଥିଲେ । ଏହା ପରେ ୩ ଭଉଣୀ ମଦ ପିଇଥିଲେ । ପ୍ରଥମେ ସମସ୍ତଙ୍କୁ ବୀରମିତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପୂର୍ବର ମଦ୍ୟପ ସ୍ୱାମୀଙ୍କ ନିର୍ଯ୍ୟାତନ ସହିନପାରି ପତ୍ନୀ ୩ ଝିଅଙ୍କୁ ଛାଡି ପଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.