ପୁଂଛରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲଂଘନ, କଡ଼ା ଜବାବ ଦେଲେ ଭାରତୀୟ ଯବାନ

ସୀମାରେ ଅଶାନ୍ତି ଜାରି ରହିଛି। ଆଜି ପୁଣି ଅସ୍ତ୍ର ବିରତି ଉଲଂଘନ କରିଛି ପାକିସ୍ତାନ। ପୁଂଛ କ୍ରିଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ଗୁଳିମାଡ଼ କରିଛି। ଏହର ପାଲଟା ଜବାବ ଦେଇଛନ୍ତି ଭାରତୀୟ ଯବାନ। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଛି। ୩୭୦ ଧାରା ଉଛେଦ ପରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଛି। ସୀମାକୁ ଅଶାନ୍ତ କରି ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରୁଛି ପାକିସ୍ତାନ ସେନା। ତେବେ ଭାରତୀୟ ଯବାନ ପାକିସ୍ତାନ ସେନାର ସବୁ ଉଦ୍ୟମ ପଣ୍ଡ କରି ଚାଲିଛି। ପିଓକେରେ ଥିବା ଏଲଓସି ନିକଟରେ ୨ ହଜାର ସୈନ୍ୟ ଠୁଳ କରିଛି ପାକିସ୍ତାନ।