Below header

ଘାଟିରେ ଓଲଟିଲା ମିନି ବସ୍, ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଘାଟିରେ ଓଲଟିଲା ମିନି ବସ୍। ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଘାଟିରେ ଓଲଟିଲା ମିନି ବସ୍। ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସଟି ମୋହନା ଲଦିଗୁଡା ଗାଁରୁ ଅଡବା ଆସୁଥିବା ବେଳେ କୁଡୁକିମାଗାଁ ନିକଟ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ତେଵେ କିପରି ଦୁର୍ଘଟଣା ଘଟିଲା ତାର ପ୍ରକୃତ କାରଣ ଜଣାପଡିନି। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.