ଆଜି ରାଜ୍ୟରୁ ୩୧୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୪ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୩୧୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୮୨୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୩୨୧। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୪୯,ବାଲେଶ୍ବରରୁ ୨୮, ବରଗଡରୁ ୧୫୬, ଭଦ୍ରକରୁ ୫୧, ବଲାଙ୍ଗିରରୁ ୯୨,ବୌଦ୍ଧରୁ ୭,କଟକରୁ ୧୪୦, ଦେଓଗଡରୁ ୨୧, ଢେଙ୍କାନାଳରୁ ୧, ଗଜପତିରୁ ୬୭,ଗଞ୍ଜାମରୁ ୪୪,ଜଗତସିଂହପୁରରୁ ୧୮,ଯାଜପୁରରୁ ୭୬, ଝାରସୁଗୁଡାରୁ ୧୧୯, କଳାହାଣ୍ଡିରୁ ୫୩,କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୧୫, କେନ୍ଦୁଝରରୁ ୧୨୮, ଖୋର୍ଦ୍ଧାରୁ ୪୯୭,କୋରାପୁଟରୁ ୧୮,ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୬୮,ନବରଙ୍ଗପୁରରୁ ୯୬,ନୟାଗଡରୁ ୨୯, ନୂଆପଡାରୁ ୩୯୫, ପୁରୀରୁ ୧୨୯, ରାୟଗଡାରୁ ୪୪,ସମ୍ବଲପୁରରୁ ୧୪୯, ସୋନପୁରରୁ୪, ଏବଂ ଷ୍ଟେଟ ପୁଲରୁ ୧୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାସହିତ ରାଜ୍ଯରେ ଏହାକୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ଯା ୩,୬୪,୫୯୪ରେ ପହଁଚିଥିବାବେଳେ, ସୁସ୍ଥ ହେଲେଣି ୩,୪୩,୫୨୨ ଜଣ । ବର୍ତ୍ତମାନ ରାଜ୍ଯରେ ଆକ୍ଟିଭ୍ କେସ୍ ରହିଛି ୧୯,୦୭୭। ଅନ୍ଯପଟେ ଆଜି ରାଜ୍ଯରେ କରୋନା ନେଲା ଆଉ ୪ଜଣଙ୍କ ଜୀବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.