Below header

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ । ୩୪୦ ଗ୍ରାମର ସୁନା ଜବତ କରିଛି କଷ୍ଟମ୍ସ ବିଭାଗ । ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ । ଏୟାର ଏସିଆ ବିମାନ ଏକେ- ୩୧ରେ କ୍ୱାଲାଲମପୁର-ଭୁବନେଶ୍ୱର ବିମାନରେ ସୁନା ଆସିଥିଲା । କଷ୍ଟମ୍‌ସ ବିଭାଗ ଅଧିକାରୀମାନେ ଯାଞ୍ଚ ବେଳେ ଏହି ସୁନା ଜବତ କରିଛନ୍ତି । ଟ୍ରଲି ବ୍ୟାଗର ଚକା ତଳେ ୪ ଖଣ୍ଡ ସୁନା ଛଡକୁ ଲୁଚାଇ ରଖାଯାଇଥିଲା । ଏହି ଘଟଣାରେ ଚେନ୍ନାଇର ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ସ ବିଭାଗ । ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ ହେବ ପରେ ବିଭିନ୍ନ, ସମୟରେ ସୁନା ଚୋରା ଚାଲାଣ ଘଟଣାକୁ ସାମନାକୁ ଆସୁଛି । କେଜି କେଜି ସୁନା ଜବତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.