ତାଲିମ ନେଲେ ଜିଲ୍ଲାପାଳ : ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ଜୋରଦାର

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କର କର୍ମଶାଳା । ଭୁବନେଶ୍ୱରରେ ଏକାଠି ହୋଇଥିଲେ ୨୭ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ । ନିର୍ବାଚନରେ ଇଭିଏମ୍‌ ଓ ଭିଭିପାଟ୍‌ ମେସିନ୍‌ ବ୍ୟବହାର ଏବଂ ନିର୍ବାଚନ ପରିଚାଳନା ସମ୍ପର୍କରେ ତାଲିମ ଦିଆଯାଇଛି । ପ୍ରଶିକ୍ଷଣ ଦେଇଥିଲେ ଜାତୀୟ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଓ ଟେକ୍ନିକାଲ୍‌ ଟିମ୍‌ । ନିଷ୍ପତ୍ତି ହୋଇଛି, ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଇଭିଏମ୍‌ ଓ ଭିଭିପାଟ୍‌ର ଯାଞ୍ଚ କରାଯିବ । ପରେ ଅନ୍ୟ ୨୦ଟି ଜିଲ୍ଲାରେ ଅନୁଧ୍ୟାନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ରାଜ୍ୟରେ ଗତ ବିଜେପୁର ବିଧାନସଭା ଉପନିର୍ବାଚନ ବେଳେ ପ୍ରଥମ ଥର ଭିଭିପାଟ୍‌ ମେସିନ୍‌ ବ୍ୟବହାର କରାଯାଇଥିଲା । ୨୦୧୯ରେ ଏହାର ସମ୍ପୂର୍ଣ୍ଣ ବ୍ୟବହାର ହେବ । ଏହାକୁ ନେଇ ଜିଲ୍ଲାପାଳମାନେ ଟେକ୍ନିକାଲ୍‌ ଟିମ୍‌କୁ ଯାହା ସନ୍ଦେହ ଥିଲା ପଚାରି ବୁଝିଥିଲେ । କାରଣ ଜିଲ୍ଲାପାଳମାନେ ଜିଲ୍ଲାର ମୁଖ୍ୟ ନିର୍ବାଚନ ଅଧିକାରୀ । ଭୋଟିଂକୁ ମୁକ୍ତ ଓ ଅବାଧ କରିବା ସେମାନଙ୍କର ଦାୟିତ୍ୱ ।

ଚଳିତବର୍ଷ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ଭୋଟର ସଂଶୋଧନ ପ୍ରକ୍ରିୟା । ୨୦୧୯, ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।

Leave A Reply

Your email address will not be published.