ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହ ଆୟୁଷ୍ମାନ ଭାରତକୁ ସାମିଲ ପାଇଁ ଓଡ଼ିଶାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟରେ କାର୍ୟ୍ୟ କରୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ। କେନ୍ଦ୍ର ଆରମ୍ଭ କରିବାକୁ ଯାଉଛି, ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ, ଆୟୁଷ୍ମାନ ଭାରତ। ଆୟୁଷ୍ମାନ ଭାରତର ହିତାଧିକାରୀ ଚୟନ ପ୍ରକ୍ରିୟା ନେଇ ଓଡ଼ିଶାର ରହିଛି ଆପତ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ହୋଇଛି। ଏଭଳି ସ୍ଥିତିରେ ଆଜି, କେନ୍ଦ୍ରର ଆୟୁଷ୍ମାନ ଭାରତରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା।

ଆୟୁଷ୍ମାନ ଭାରତରେ ୫ ଲକ୍ଷ ଟଙ୍କାର ହେଲ୍‌ଥ କଭର ମିଳିବ । ଦେଶର ଯେ କୌଣସି ସ୍ଥାନରେ, ସରକାରୀ କିମ୍ବା ଘରୋଇ ଏମ୍‌ପ୍ୟାନେଲଡ୍‌ ହସ୍ପିଟାଲରେ ଏହି ଯୋଜନାରେ ସୁବିଧା ମିଳିବ। ସୋସିଓ ଇକୋନୋମିକ କାଷ୍ଟ ସେନସସ୍‌,ଝଋଉଉ ଆଧାରରେ ଚୟନ ହେବେ ହିତାଧିକାରୀ। ଅଭିଯୋଗ ହେଉଛି, ଏହି ଚୟନ ପ୍ରକ୍ରିୟାରେ ରାଜ୍ୟର ପ୍ରାୟ ୯ ଲକ୍ଷ ପରିବାର ବାଦ୍‌ ପଡିବେ। ତେଣୁ ରାଜ୍ୟ ଆରମ୍ଭ କରିଛି ନିଜସ୍ୱ ଯୋଜନା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟି ହିତାଧିକାରୀ ଉପକୃତ ହେବେ । ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି। ହିତାଧିକାରୀଙ୍କ ପରିବାରର ମହିଳାଙ୍କୁ ମିଳୁଛି ବାର୍ଷିକ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା। ନବୀନ ଘୋଷଣା କରି ସାରିଛନ୍ତି, କିଏ ସହଯୋଗ କରୁ ବା ନ କରୁ, ଓଡ଼ିଶାବାସୀଙ୍କ ଟଙ୍କା ଓ ସହଯୋଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ୟ୍ୟକାରୀ ହେବ।

କେନ୍ଦ୍ରର ଯୋଜନା ଇନ୍‌ସ୍ୟୁରାନ୍‌ସ ଭିତ୍ତିକ। ରାଜ୍ୟ ସରକାରଙ୍କ ଯୋଜନା ଆସ୍ୟୁରାନ୍‌ସ ଭିତ୍ତିକ। ଆୟୁଷ୍ମାନ ଯୋଜନାରେ କେନ୍ଦ୍ର ୬୦ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ୪୦ପ୍ରତିଶତ ଦେବ । ରାଜ୍ୟ ନିଜସ୍ୱ ଅର୍ଥରେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.