ଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବିଦ୍ୟୁତ୍ ସେବା ଠପ୍‌, କଲବଲ ବନ୍ୟା ବିପନ୍ନ

ପିପିଲି(କେନ୍ୟୁଜ୍): ଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବିଦ୍ୟୁତ ସେବା ଠପ୍‌ । ପୁରୀ ଜିଲ୍ଲା କଣାସ ଓ ଡେଲାଙ୍ଗରେ ବନ୍ୟା ବିପନ୍ନଙ୍କୁ ଅଧିକ କଲବଲ କରୁଛି ବିଦ୍ୟୁତ ସମସ୍ୟା । ଗତ ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ତିରିମଲଠାରେ ୩୩ କେଭି ଟାଓ୍ଵାର ଭାଙ୍ଗି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ।

ବିଦ୍ୟୁତ୍ ବିଭାଗ ଓ ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଖୁଣ୍ଟ ମରାମତି କାମରେ ଲାଗିଛନ୍ତି । ବନ୍ୟା ଜଳର ସ୍ରୋତ ଏତେ ଜୋର ରହିଛି ଯେ ଠିଆ ହେବା କଷ୍ଟକର ହୋଇପଡିଛି । ତଥାପି ବିଦ୍ୟୁତ୍ ସେବା ଯୋଗାଇବାକୁ ଉଦ୍ୟମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.