Below header

ଭୁବନେଶ୍ୱରରୁ ୪ ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା; ଜମତରା ଗ୍ୟାଙ୍ଗ ସହ ଛାତ୍ରଙ୍କ ଲିଙ୍କ୍‌ ଥିବା ସୂଚନା

ଭୁବନେଶ୍ବର(କେନ୍ଯୁଜ୍): ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କୁ ନେଇ ମିଳିଲା ସାଂଘାତିକ ତଥ୍ୟ। ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରୁ ନିଖୋଜ ୪ ଇଞ୍ଜିନିୟରିଂ ଛାତ୍ରଙ୍କ କୁଖ୍ୟାତ ଜମତରା ଗ୍ୟାଙ୍ଗ ଲିଙ୍କ ଥିବା ଜଣାପଡିଛି। ସେମାନଙ୍କୁ ସମ୍ବଲପୁର ଅଇଁଠାପାଲି ଠାରେ ଠାବ କରିବା ପରେ ଗିରଫ କରିଛି ପୋଲିସ। ଅଇଁଠାପାଲି ଥାନାରେ ସେମାନଙ୍କୁ ପଚରାଉଚରା ଜାରି ରହିଛି।

ଭୁବନେଶ୍ୱରରେ ଥିବା ବେଳେ ତାଙ୍କ ସହ ଜମତରା ଗ୍ୟାଙ୍ଗର ଜଣେ ସଦସ୍ୟ ରହିଥିବା ଜଣାପଡ଼ିଛି। ଗତ ୧୧ ତାରିଖରେ ତମାଣ୍ଡୋ ଅଞ୍ଚଳରୁ ସେମାନେ ନିଖୋଜ ହୋଇଥିବା ନେଇ ଛାତ୍ରଙ୍କ ପରିବାର ଲୋକଙ୍କ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ କମିସନରେଟ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.