ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ; ଯୁବକକୁ ନିର୍ମମ ଭାବେ କଲେ ହତ୍ୟା

ବାଲିଗୁଡ଼ା (କେନ୍ଯୁଜ୍): ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ହିଂସା ଭିଆଇଲେ ଲାଲ ବାହିନୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଭଣ୍ଡରଙ୍ଗି ପଞ୍ଚାୟତର ଉପର-ଗୁମୁ ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ଉପର ଗୁମୁ ଗାଁର କପିଳ ମାଝୀ । ଲାଲ ବାହିନୀର ଟାର୍ଗେଟରେ ରହିଥିଲେ କପିଳ । ପୋଲିସ ଇନ୍‌ଫରମର ସନ୍ଦେହ କରି ତାଙ୍କୁ ଟାର୍ଗେଟ କରିଥିଲେ ।

ଗତ ୨୦୨୧ ଜାନୁଆରୀ ୨୯ତାରିଖରେ ମାଓବାଦୀ ଭଣ୍ଡରଙ୍ଗି ପଞ୍ଚାୟତର ଦୁଇ ଯୁବକଙ୍କୁ ଡାକି ନେଇ ହତ୍ୟା କରିଥିଲେ । ଭଣ୍ଡରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭବାନୀ ଶଙ୍କର ପାତ୍ର ଓ ଗୁଛାଗୁଡା ଗାଁର ହେମନ୍ତ ପାତ୍ରଙ୍କୁ ପୋଲିସ ଇନ୍‌ଫରମର ସନ୍ଦେ କରି ହତ୍ୟା କରିଥିଲେ ମାଓବାଦୀ । ସେହି ସମୟରୁ କପିଳକୁ ଲାଲ ବାହିନୀ ଟାର୍ଗେଟ କରି ଆସୁଥିବା ନେଇ ମାଓବାଦୀ ହତ୍ୟା କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.