Below header

ସ୍ୱାଗତ ପାଇଁ ପ୍ରସ୍ତୁତ ଶ୍ରୀକ୍ଷେତ୍ର, ୧୯ରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ (କେନ୍ଯୁଜ୍): ଦୁଇଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବେ। ତାଳବଣିଆ ହେଲିକପ୍‌ଟରେ ପହଞ୍ଚିବା ପରେ ସେଠାରୁ ପୁରୀ ଯାଇ ରାଜଭବନରେ ଅବସ୍ଥାନ କରିବେ। ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ରେ ବାହାରିବେ। ଶ୍ରୀମନ୍ଦିରରେ ସେ ୪୫ ମିନିଟ ସମୟ ଅତିବାହିତ କରିବେ ।

୨୦ତାରିଖ ସକାଳ ୧୦.୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏନେଇ ଅତିରିକ୍ତ ଡିଜି ଆର କେ ଶର୍ମା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ପ୍ରଥମେ ତାଳବଣିଆ ହେଲିପ୍ୟାଡ, ରାଜଭବନ ଏବଂ ପରେ ଶରଧାବାଲିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଦୁଇଦିନିଆ ଗସ୍ତ ପାଇଁ ୪୦ଜଣ ଅଧିକାରୀ ଓ ୨ଶହ ଅଫିସର ନିଯୁକ୍ତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.