ବିନା ଆକାଉଣ୍ଟ ହିଷ୍ଟ୍ରୀ ହଜାଇ ବଦଳାନ୍ତୁ Signal ଆପର ମୋବାଇଲ ନମ୍ବର, ଜାଣନ୍ତୁ ପ୍ରୋସେସ୍‌

ଲୋକପ୍ରିୟ ମେସେଜିଙ୍ଗ୍‌ ଆପ୍‌ ମଧ୍ୟରେ ଗୋଟିଏ ଆପ୍‌ ହେଉଛି Signal। ଏହି ଆପ୍‌ ସେଫ୍‌ ଏବଂ ସିକ୍ୟୁର କମ୍ୟୁନିକେସନ୍‌ ପ୍ରଦାନ କରିଥାଏ। ବର୍ତ୍ତମାନ ସମୟରେ ସିଗନାଲ ଗୋଟେ ଡିଭାଇସରୁ ଆଉ ଏକ ଡିଭାଇସରେ ଚାଟକୁ ଟ୍ରାନ୍ସଫର କରିବା ପାଇଁ ଏଣ୍ଡ-ଟୁ ଏଣ୍ଡ ଏନକ୍ରିପଟେଡ ଡିଭାଇସ-ଟୁ-ଡିଭାଇସ ଟ୍ରାନ୍ସଫର ପ୍ରଦାନ କରିଥାଏ। ୟୁଜର୍ସ ନିଜ ଚାଟ, ପ୍ରୋଫାଇଲ ଡିଟେଲ ଏବଂ ଗ୍ରୁପକୁ ନହରାଇ ବିନା ଫୋନ ଫୋନ ନମ୍ବର ବଦଳାଇବାର ଏକ ନୂଆ ସୁବିଧା ଆରମ୍ଭ କରିଛି। ଏହି ସୁବିଧା ୟୁଜର୍ସ ନିଜ ଆକାଉଣ୍ଟ ହିଷ୍ଟ୍ରୀ ନହରାଇ ନିଜ ସିଗନାଲ ଆକାଉଣ୍ଟ ସହ ଜଡିତ ଫୋନ୍‌ ନମ୍ବର ବଦଳାଇବାର ଅନୁମତି ଦେବ।
ଏହି ସୁବିଧା ସିଗନାଲର ଲାଟେଷ୍ଟ ଭର୍ସନକୁ ଚଲାଉଥିବା ଆଇଓଏସ ଏବଂ ଆଣ୍ଡ୍ରଏଡ ଉଭୟ ୟୁଜର୍ସଙ୍କ ପାଇଁ ଉଲବ୍ଧ ରହିଛି। ଯଦି କୌଣସି ୟୁଜର ସିଗନାଲରେ ନିଜର ଫୋନ୍‌ ନମ୍ବର ପରିବର୍ତ୍ତନ କରନ୍ତି, ତାହେଲେ ଅନ୍ୟ ୟୁଜର୍ସର୍ଙ୍କୁ ଏକ ଚାଟ୍‌ ଇଭେଣ୍ଟ ଦେଖାଯିବ। ଯାହାଦ୍ୱାରା ସେମାନଙ୍କୁ ଜଣାପଡିବ ଯେ ତାଙ୍କ ନମ୍ବର ବଦଳିଯାଇଛି।

Signalରେ ଫୋନ୍‌ ନମ୍ବର ବଦଳାଇବାର ଷ୍ଟେପସ ଜାଣନ୍ତୁ

  • ସର୍ବପ୍ର୍ରଥମେ ସିଗନାଲ ଆପ୍‌ ଖୋଲନ୍ତୁ ଏବଂ ପ୍ରୋଫାଇଲ ଉପରେ ଟ୍ୟାପ୍‌ କରନ୍ତୁ।
  • ଆକାଉଣ୍ଟକୁ ଯାଆନ୍ତୁ ଏବଂ ତାପରେ ଫୋନ ନମ୍ବର ବଦଳାନ୍ତୁ।
  • ସିଗନାଲ ଆପ୍‌ ଆପଣଙ୍କୁ ଆଲର୍ଟ କରିବ ଯେ କାର୍ଯ୍ୟାନୁଷ୍ଠାନକୁ ପୂର୍ବବତ କରାଯାଇପାରିବନାହିଁ। continue ଉପରେ କ୍ଲିକ କରନ୍ତୁ।
  • ଏବେ ନିଜର ପୁରୁଣା ନମ୍ବର ଏବଂ ନିଜର ନୂଆ ନମ୍ବରକୁ ଭରନ୍ତୁ।
  • continue ବଟନ୍‌ ଦବାନ୍ତୁ ଏବଂ କନଫର୍ମ କରନ୍ତୁ ବିବରଣୀ ସଠିକ ରହିଛି।
  • ଏବେ ନିଜର ନୂଆ ମୋବାଇଲ ନମ୍ବର ସହିତ ସିଗନାଲ ସେଟ୍‌ କରିବା ପାଇଁ ଏହି ଆପର ନିର୍ଦ୍ଦେଶକୁ ପାଳନ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.