ଟିଭି ପାଇଁ ଦୈନିକ ଏତିକି ଟଙ୍କା ଅଧିକ ହୁଏ ବିଜୁଳି ଖର୍ଚ୍ଚ, ଏହାକୁ କମ କରିବା ପାଇଁ ଆପଣାନ୍ତୁ ଏହି ଟ୍ରିକ

ଟିଭି ଏକ ଏମିତି ସିଷ୍ଟମ ଯାହା ସମସ୍ତଙ୍କ ଘରେ ଖୁବ ସହଜରେ ମିଳିଯାଏ। ସେହିଭଳି ମାସର ସବୁ ଖର୍ଚ୍ଚରେ ଟିଭି ଖର୍ଚ୍ଚ ମଧ୍ୟ ଆଡ୍‌ ହୋଇଥାଏ। ବିଜୁଳି ଖର୍ଚ୍ଚ ଅଧିକ ହେବାରେ ଟିଭିର ମଧ୍ୟ ସମାନ ଭୂମିକା ରହିଥାଏ। ତେବେ ସମସ୍ତଙ୍କ ଘରେ ଟିଭି ଥିବା ସତ୍ତ୍ୱେ ଅନେକ ଏହାକୁ ରିମୋଟ ଦ୍ୱାରା ବନ୍ଦ କରି ଦିଅନ୍ତି। କିନ୍ତୁ ମେନ ସ୍ୱିଚ ସେମିତି ଅନ ରହିଥାଏ। ଏମିତିରେ ଟିଭିକୁ ଷ୍ଟାଣ୍ଡ ବାୟ ମୋଡ୍‌ ରେ ଛାଡ଼ିବା ଦ୍ୱାରା ବିଜୁଳି ଖର୍ଚ୍ଚ ଅଧିକ ହୋଇଥାଏ।

ତେବେ ଆଜି ଆମେ କହିବୁ ଏହାକୁ ନେଇ କିଛି ଜରୁରୀ ଟିପ୍ସ। ଯାହାକୁ ଆପଣାଇ ଟିଭିକୁ ନେଇ ବିଜୁଳି ଖର୍ଚ୍ଚକୁ କମ କରିପାରିବେ। ସେମିତିରେ ଅତି ଜରୁରୀ ନପଡ଼ିଲେ ଗୋଟିଏ ସାଧାରଣ କ୍ଲାସର ଲୋକ ବିଜୁଳିକୁ ଅଧିକ ଖର୍ଚ୍ଚ କରନ୍ତି ନାହିଁ। ଆଜି ଆମେ ଏମିତି ଟିପ୍ସ କହିବୁ ଯାହାଦ୍ୱାରା ଆପଣଙ୍କ ବିଜୁଳି ଖର୍ଚ୍ଚ ବେଶି ହେବ ନାହିଁ। ସାଧାରଣ ଲାଇଫଷ୍ଟାଇଲ ଟିପ୍ସ ରହିଛି ଯାହାଦ୍ୱାରା ଏହା ସହଜ ହୋଇପାରିବ।

ଧ୍ୟାନ ରଖିବେ ଘରେ ଥିବା ସମସ୍ତ ଗ୍ୟାଜେଟ୍ସକୁ ବ୍ୟବହାର ହେଉନଥିବା ସମୟରେ ବନ୍ଦ ରଖନ୍ତୁ। ମନେ ରଖନ୍ତୁ ଏସମସ୍ତ ଗ୍ୟାଜେଟକୁ ଷ୍ଟାଣ୍ଡ ବାୟ ମୋଡରେ ରଖନ୍ତୁ ନାହିଁ। ବରଂ ମେନ ସ୍ୱିଚରୁ ଅଫ୍‌ କରନ୍ତୁ। ଯେବେ ବି ଆପଣ କୌଣସି ଗ୍ୟାଜେଟକୁ ମେନ ସ୍ୱିଜରୁ ଅଫ ନକରିବେ ତେବେ ଏଥିପାଇଁ ଅଧିକ ବିଜୁଳି ଖର୍ଚ୍ଚ ହେବାର ସମ୍ଭାବନା ରହିଥାଏ।

ଉଦାହାରଣସ୍ୱରୁପ ଯେତେବେଳେ ଆପଣ ଟିଭିକୁ ଷ୍ଟାଣ୍ଡବାୟ ମୋଡରେ ରଖିଥାନ୍ତି ସେତେବେଳେ ଅଧିକ ପାଓ୍ଵାର ଖର୍ଚ୍ଚ ହୋଇଥାଏ । ତେଣୁ ମନେ ରଖିବେ ମେନ ସ୍ୱିଚରୁ ସବୁବେଳେ ଅଫ ରଖିବେ। ଯଦି ଆପଣ କୌଣସି ଗ୍ୟାଜେଟକୁ ମେନ ସ୍ୱିଜରୁ ଅଫ ନକରନ୍ତି ତେବେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ। ବିଶେଷଜ୍ଞଙ୍କ ମତରେ ଯଦି ଟିଭି ଷ୍ଟାଣ୍ଡବାୟ ମୋଡରେ ରହିଥାଏ ତେବେ ଘଣ୍ଟାରେ ୧୦ ଓ୍ଵାଟ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରିଥାଏ। ଯଦି ଆପଣଙ୍କ ଗ୍ୟାଜେଟ ପାଓ୍ଵାର ରେଟିଂ ଅଧିକ ବା କମ୍‌ ହୋଇଥିଲେ ଏହା ଘରର ବିଜୁଳି ବିଲ୍‌ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।

ରିସର୍ଚ୍ଚ ଅନୁଯାୟୀ ଖାଲି ଟିଭି ପାଇଁ ଆପଣ ଅଧିକ ୧୦୦ ଟଙ୍କା ବିଜୁଳି ଖର୍ଚ୍ଚ ଦେଇଥାନ୍ତି। ମାନେ ଲକ୍ଷ୍ୟ କଲେ ବାର୍ଷିକ ଏଥିପାଇଁ ୧୨୦୦ ଟଙ୍କା ଅଧିକ ବିଜୁଳି ବିଲ ଦେଇଥାନ୍ତି। ତେଣୁ ଯଦି ଆପଣ ବିଜୁଳି ଦର କମ ଚାହୁଁଛନ୍ତି ତାହେଲେ ଟିଭିକୁ ରିମୋଟରୁ ବନ୍ଦ କରିବା ପରେ ମେନ ସ୍ୱିଜରୁ ଅଫ କରନ୍ତ।ୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.