ନବରଙ୍ଗପୁର : ଚନ୍ଦାହାଣ୍ଡି ବ୍ଳକ୍‌ର ଦଲବେଡା କନ୍ୟାଶ୍ରମରେ ଏକ୍ସପାଇରୀ ବିସ୍କୁଟ ଖାଇ ୪୦ ଛାତ୍ରୀ ଅସୁସ୍ଥ

ନବରଙ୍ଗପୁର (କେ ନ୍ୟୁଜ୍‌) : ବିସ୍କୁଟ ଖାଇ ୪୦ ଛାତ୍ରୀ ଅସୁସ୍ଥ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ୍‌ର ଦଲବେଡା କନ୍ୟାଶ୍ରମରେ ବିସ୍କୁଟ ଖାଇ ଛାତ୍ରୀମାନେ ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨୩ ଜଣ ଗୁରୁତର ଥିବା ବେଳେ ଅନ୍ୟମାନେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡିଛି । କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ବିସ୍କୁଟ ଖାଇବାକୁ ଦେଇଥିବା ବେଳେ ତାହା ଏକ୍‌ସପାଇରୀ ହୋଇ ଯାଇଥିଲା । ଛାତ୍ରୀମାନେ ବିସ୍କୁଟ ଖାଇବା ପରେ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ଏବେ ସମସ୍ତ ଛାତ୍ରୀ ବିପଦରୁ ବାହାରେ ଥିବା ଡାକ୍ତର କହିଛନ୍ତି ।

FOOD POISONING-3

Leave A Reply

Your email address will not be published.