ଭଣ୍ଡାରୀପୋଖରୀ ଛଫୁଲିଆ ନିକଟରେ ଅଘଟଣ, ହୁତୁ ହୁତୁ ହୋଇ ଜଳିଗଲା ଦିଆସିଲି ବୋଝେଇ ଚଳନ୍ତା ଟ୍ରକ

ଭଣ୍ଡାରୀପୋଖରୀ(କେନ୍ୟୁଜ୍): ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ଥାନା ଛଫୁଲିଆ ନିକଟରେ ଏକ ଦିଆସିଲି ବୋଝେଇ ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକଟି ସଂପୂର୍ଣ୍ଣ ଭବୋ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଭଣ୍ଡାରୀପୋଖରୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ହେଲପର ଫେରାର ହୋଇଯାଇଛନ୍ତି। ଟ୍ରକଟି କଟକରୁ ବାଲେଶ୍ୱର ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ରାସ୍ତା ଉପରେ ଟ୍ରକରେ ନିଆଁ ଲାଗିଯିବା ଫଳରେ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ବନ୍ଦ ରହିଥିଲା।

 

Leave A Reply

Your email address will not be published.