Below header

ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଆସନ୍ତାକାଲି ଭାରତୀୟ ଦଳ ଘୋଷଣା, ଚୂଡାନ୍ତ ଏକାଦଶରେ ଧୋନୀଙ୍କୁ ମିଳିନପାରେ ସ୍ଥାନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଆସନ୍ତାକାଲି ଘୋଷଣା ହେବ ଭାରତୀୟ ଦଳ । ମହେନ୍ଦ୍ର ସିଂହ ଧୋନୀ ୱେଷ୍ଟଇଣ୍ଡିଜ୍‌ ଯିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ଧୋନୀ କିଛି ସମୟ କ୍ରିକେଟ୍‌ରୁ ଦୂରେଇ ରହି ନିଜ ଭବିଷ୍ୟତ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ । ଏହା ପରେ ଖେଳାଯିବାକୁ ଥିବା ସିରିଜ୍‌ରେ ଧୋନୀ ୧୫ ଜଣିଆ ଭାରତୀୟ ଦଳରେ ସାମିଲ ହେବେ । ହେଲେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ନାହିଁ । ଋଷଭ ପନ୍ତଙ୍କୁ ଓ୍ଵିକେଟ୍‌ କିପର ଭାବେ ସ୍ଥାନ ମିଳିବ ।

rishav ଧୋନୀ ୧୫ ଜଣିଆ ଦଳରେ ରହି ଋଷଭ ପନ୍ତଙ୍କୁ ଗାଇଡ୍‌ କରିବେ । ଏହା ପରେ ଧୋନୀ ଅବସର ଘୋଷଣା କରିବେ ବୋଲି କୁହାଯାଉଛି । ଆସନ୍ତା କିଛି ମାସ ପାଇଁ ଧୋନୀ ଦଳର ମାର୍ଗଦର୍ଶକ ଭାବେ କାମ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.