ବିମାନ ବନ୍ଦରରୁ ଜବତ ହେଲା  ୪୦୦ ଗ୍ରାମର ସୁନା, ଜଣେ ଅଟକ

କେନ୍ୟୁଜ୍(ବ୍ୟୁରୋ):  ବିମାନ ବନ୍ଦରୁ ଜବତ ହେଲା  ୪୦୦ ଗ୍ରାମର ସୁନା। ଜଣେ ଯାତ୍ରୀଙ୍କ ପାଖରୁ ଏହି ସୁନା ଜବତ ହୋଇଛି। ଚେନ୍ନାଇ ଫେରୁଥିବା  ଏ ଜୈନୁଲବାଦିନ ନାମକ ଜଣେ ଯାତ୍ରୀ ଏହି ସୁନା ନେଇ ଯାଉଥିବାର ଖବର ପାଇଥିଲା ପୋଲିସ। ବିମାନବନ୍ଦରରେ ଲାଗିଥିବା ସ୍କାନର ଦେଇ ଯାଉଥିବା ବେଳେ ଧାତବ ପଦାର୍ଥ କିଛି ତାଙ୍କ ନିକଟରେ ଥିବାର ସୂଚନା ମିଳିଥିଲା। ଏହା ପରେ ତାଙ୍କର ଯାଞ୍ଚ କରାଯାଇଥିଲା

ଏହା ପରେ ଏହି ବ୍ୟକ୍ତିଙ୍କ ଠାରୁ ଚାରିଟି ସୁନା ଖଣ୍ଡ ମିଳିଥିଲା।  ଏହି ସୁନା ଖଣ୍ଡଗୁଡିକର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହୋଇଥିବାବେଳେ ସେ କେଉଁଠାରୁ ଏଗୁଡ଼ିକୁ ଆଣିଲେ ସେ ନେଇ ପଚରାଉଚୁରା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.