Below header

୪ ଶହ ବର୍ଷ ପୁରାତନ ମା’ ନବପତ୍ରିକା ବନଦୁର୍ଗା ପୂଜା, ଉତ୍ସବରତ ସାନଓଳଗ ଗାଁ

ଚାନ୍ଦବାଲି(କେନ୍ୟୁଜ୍‌) : ନବପତ୍ରିକା ମା’ ବନଦୁର୍ଗାଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଭଦ୍ରକ ଜିଲ୍ଲା ଓଳଗ ପଞ୍ଚାୟତର ସାନଓଳଗ ଗାଁ । ଏଠାକାର ମା’ଙ୍କ ପୂଜା ବହୁ ପୁରାତନ । ପ୍ରାୟ ୪୦୦ ବର୍ଷର ଏହି ପୂଜାର ରହିଛି ଏକ ସ୍ୱତନ୍ତ୍ରତା । ଏଠାରେ ମା’ଙ୍କ ମୂର୍ତ୍ତି ନଅ ଗୋଟି ପତ୍ରରେ ନିର୍ମାଣ ହୋଇଥାଏ ।

chandbali-1

ଆଜି ମା’ଙ୍କ ପାଖରେ ଚାଲିଛି ମହାନବମୀ ପୂଜା । ନବମୀ ପାଇଁ ମା’ଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଥିବା ବେଳେ ଏଠାରେ ଏଠାରେ ମା’ଙ୍କ ପାଖରେ ଖଣ୍ଡା, ତରୁଆଲ୍‌, ଧନୁତୀର ପୂଜା ହୋଇଥାଏ । ପବିତ୍ର ଷଷ୍ଠୀ ଠାରୁ ଏହି ପୂଜା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ । ଦଶହରା ଶେଷରେ ବାଡି ଖେଳ ସହ ପ୍ରସିଦ୍ଧ ଲାଖବିନ୍ଧା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.