Below header

ଖୁବ ଶୀଘ୍ର ବଜାରକୁ ଆସିବ Samsung Galaxy F12, ଜାଣି ରଖନ୍ତୁ କଣ ରହିଛି ସ୍ପେଶାଲ ଫିଚର୍ସ

ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Samsung ଭାରତୀୟ ବଜାରରେ ନିଜ ନୂଆ ସ୍ମାର୍ଟଫୋନ F 41 ଲଂଚ କରିଥିବା ବେଳେ ଖୁବ ଶୀଘ୍ର ଆଉ ଏକ ନୂଆ ସିରିଜ ଲଞ୍ଚ କରିବା ନେଇ ଯୋଜନା କରୁଥିବା ଜଣାଯାଇଛି । Samsung F ସିରିଜର ଏହି ନୂଆ ସ୍ମାର୍ଟଫୋନର ନାଁ କମ୍ପାନୀ ତରଫରୁ Samsung F 12 ରଖାଯିବା ନେଇ ସ୍ଥିର ହୋଇଛି । ଏକ ଲିକ ରିପୋର୍ଟ ଅନୁଯାୟୀ, ଏହି ଫୋନର ମଡ଼େଲ ନାଁ SM-F 127G କମ୍ପାନୀ ତରଫରୁ ରଖାଯିବ । ଯାହାକୁ ବଜାରରେ Galaxy F 12 ବା Galaxy F 12s ନାଁରେ ଲଞ୍ଚ କରାଯାଇପାରେ । ଅନ୍ୟପକ୍ଷରେ ଏହା ବି କୁହାଯାଇପାରେଯେ, F41 ଗ୍ୟାଲେକ୍ସିର ଏମ ସିରିଜର ରି ବ୍ରାଣ୍ଡେଡ ଭର୍ଜନ ହେବ ।

ଅନ୍ୟପକ୍ଷରେ, Galaxy A 02s କୁ ଗିକବ୍ୟାଣ୍ଡ ଲିଷ୍ଟିଙ୍ଗରେ ବି ସାମିଲ କରାଯାଇଛି । ଏହି ଫୋନର ମଡେଲ SM – A025G ରଖାଯାଇଛି । ଏହାକୁ କମ୍ପାନୀ ୩ ଜିବି ରାମ ଓ ଅକଟାକୋର ପ୍ରୋସେସର ସହିତ ଲଞ୍ଚ କରିବା ନେଇ ସ୍ଥିର କରିଛି । ଏହି ମଡେଲର ସିଙ୍ଗଲ କୋର ସ୍କୋର ୭୫୬
ଓ ମଲ୍ଟିକୋର ସ୍କୋର ୩୯୩୪ ଟଙ୍କା ରହିଛି । ଆଉ ଏକ ରିପୋର୍ଟ ଅନୁଯାୟୀ, Galaxy A 02sକୁ ସ୍ନାପଡ୍ରାଗନ 450 ପ୍ରୋସେସର ସହ ଲଞ୍ଚ କରାଯିବ । କିଛି ଦିନ ପୂର୍ବରୁ Samsung Galaxy M 02କୁ ଗିକ ବେଞ୍ଚରେ ୩ ଜିବି ରାମ, ଏଣ୍ଡ୍ରଏଡ଼ 10 ଓ କ୍ବାଲକମ ପ୍ରୋସେସର ସହ ବଜାରକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.