ମାସକୁ ମାତ୍ର ୫୫୫୫ ଟଙ୍କା ଦେଇ ଆପଣ ବି ହୋଇପାରିବେ TATA Nexonର ମାଲିକ, ତୁରନ୍ତ ଅଫରର ସୁଯୋଗ ନିଅନ୍ତୁ

ସାଧାରଣତଃ ପର୍ବପର୍ବାଣି ସମୟରେ ଲୋକେ କିଣାକିଣି କରିବାକୁ ଖୁବ ପସନ୍ଦ କରନ୍ତି । ଆଉ ଯଦି ଅଫର କିମ୍ବା ଅନ୍ୟକୌଣସି ସୁବିଧାରେ କିଛି ଜିନିଷ ମିଳିଯାଏ ତେବେ ଯେମିତି “ସୋନେ ପେ ସୁହାଗା” ହୋଇଯାଏ । ଛୋଟ ଛୋଟ ଘରୋଇ ଜିନିଷ ବ୍ୟତୀତ ଶୁଭ ସମୟ ଚାଲି ଥିବାରୁ ଅନେକେ ଯାନ ବାହନ କିଣିବାରେ ମଧ୍ୟ ରୁଚି ରଖନ୍ତି । ଆଉ ଯଦି ଆପଣ ବି ମନେ ମନେ ଏମିତି କିଛି କରିବାକୁ ଚିନ୍ତା କରୁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଟାଟା କମ୍ପାନୀ । ଦେଶର ଅନ୍ୟତମ ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ “ଟାଟା ମୋଟର୍ସ” ନିଜ ଏସ୍ୟୁଭି Nexon ଉପରେ ଏକ ଦମଦାର ସ୍କିମର ଘୋଷଣା କରିଛି । ଯାହା ସାହାଯ୍ୟରେ ଖୁବ କମ ଖର୍ଚ୍ଚରେ ଗ୍ରାହକ ମାନେ ଖୁବ କମ EMI ଭରି ଟାଟା ଏସ୍ୟୁଭି Nexon ଭଳି ଗାଡିର ମାଲିକ ହୋଇପାରିବେ ।

 

 

tata

ମାସକୁ ମାତ୍ର ୫୫୫୫ ଟଙ୍କା ଇଏମଆଇ ଭରି ଟାଟା Nexon ପରି ଗାଡିର ମାଲିକ ହୋଇପାରିବେ । କହିରଖିବା ଉଚିତ ହେବକି, ଏହି ଗାଡିର ସୋ’ ରୁମ ମୂଲ୍ୟ ବର୍ତ୍ତମାନ ସମୟରେ ୬.୯୯ଲକ୍ଷରୁ ୧୨. ୭୦ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଏହା ସହ ଏହି କାର ବଜାରରେ ୧୮ଟି ଭେରିୟାଣ୍ଟରେ ମଧ୍ୟ ଉପଲବ୍ଧ ଅଛି । ନୂଆ ସ୍କିମ ବାବଦରେ ଅଧିକ ଜାଣିବା ପାଇଁ ଆପଣ କମ୍ପାନୀ ୱେବ ସାଇଟକୁ ଯାଇ ନିଜ ନାଁ ଓ ନମ୍ବର ରେଜିଷ୍ଟାର କରି ସର୍ଚ୍ଚ କରିପାରିବେ । ନୂଆ ସ୍କିମରେ ମିଳୁଥିବା ଏହି ସବୁ ଫାଇଦା ବ୍ୟତୀତ Nexonର ଡିଜେଲ ମଡେଲରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତର ଏକ୍ସଚେଂଜ ଅଫର ବି ମିଳିପାରିବ ।

Nexonରେ ଆଣ୍ଡ୍ରଏଡ ଅଟୋ ଓ Apple Car Play ସହିତ ୭ ଇଞ୍ଚର ଟଚସ୍କ୍ରୀନ ଇନ୍ଫୋରମେଣ୍ଟ ସିଷ୍ଟମ, ଡିଜିଟାଲ ଇନସ୍ଟିରୁମେଣ୍ଟ କଲଚର, ଟାୟର ପ୍ରେସର ମନିଟରିଙ୍ଗ ସିଷ୍ଟମ, କୄଯ କଣ୍ଟ୍ରୋଲ, ରିୟର AC ବେଣ୍ଟସ ସହ ଏସି ସୁବିଧା ମଧ୍ୟ ରହିଛି । ଏହା ସହ ସୁରକ୍ଷା ଦୃଷ୍ଟିରୁ ଏଥିରେ ଡୁଆଲ ଫ୍ରଣ୍ଟ ଏୟାରଵେଗ, ରିୟର ପାର୍କିଙ୍ଗ ସେନ୍ସର, ଏବିଏସ, ଇଲେକ୍ଟ୍ରୋନିକ ଷ୍ଟାବିଲିଟୀ ପରି ଅତ୍ୟାଧୁନିକ ଫିଚର୍ସ ମାନ ମଧ୍ୟ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.