Below header

ଆଜି ରେକର୍ଡ ଭାଙ୍ଗିଲା କରୋନା ସୁସ୍ଥ ସଂଖ୍ୟା, ଏକା ସାଙ୍ଗରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତିରୁ ୬୭, କଟକରୁ ୪୨,ଯାଜପୁରରୁ ୩୨ ସୁସ୍ଥ ହୋଇଛନ୍ତି। ଦେବଗଡ଼ରୁ ୧୯, କୋରାପୁଟରୁ ୧୮,ଖୋର୍ଦ୍ଧାରୁ ୧୫ସୁସ୍ଥ ହୋଇଛନ୍ତି। ବରଗଡ଼ ଓ ଭଦ୍ରକରୁ ୧୪ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝର ଓ ମାଲକାନଗିରିରୁ ୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାରୁ ୯, ଝାରସୁଗୁଡା ଓ ମୟୂରଭଞ୍ଜରୁ ୭ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ଯରେ ଆଜି ସର୍ବାଧିକ ୫୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ଭିତରୁ ୪୧୬ଜଣ କ୍ବାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ଏବଂ ୧୬୧ଜଣ ଲୋକାଲ୍ କେସରୁ ଚିହ୍ନଟ ହୋଇଛନ୍ତି । ୨୨ଟି ଜିଲ୍ଲାରୁ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୧୧୨୦୧ରେ ପହଁଚିଛି । ଏହାସହ ୭୦୦୬ଜଣ ସୁସ୍ଥ ହୋଇ ଫେରିଛନ୍ତି । ଆକ୍ଟିଭ୍ କେସ୍ ୪୧୨୮ରହିଛି।

ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୨୬୦, ଅନୁଗୁଳରୁ ୭, ବାଲେଶ୍ୱରରୁ ୩୦ , ଭଦ୍ରକରୁ ୨, ବୌଦ୍ଧରୁ ୫ , କଟକରୁ ୧୪,ଢେଙ୍କାନାଳରୁ୪ , ଗଜପତିରୁ ୧୭, ଜଗତସିଂହପୁରରୁ ୭ , ଯାଜପୁରରୁ ୯ , ଝାରସୁଗୁଡ଼ାରୁ ୧ , କନ୍ଧମାଳରୁ ୧ , କେନ୍ଦ୍ରାପଡ଼ାରୁ ୩ , କେନ୍ଦୁଝରରୁ୪୮, ଖୋର୍ଦ୍ଧାରୁ ୫୬, କୋରାପୁଟରୁ ୬ , ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୧୪ , ନୟାଗଡ଼ରୁ ୧ , ପୁରୀରୁ ୫ , ସମ୍ବଲପୁରରୁ ୩ ଓ ସୁନ୍ଦରଗଡ଼ରୁ ୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.