କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲିଠୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ OPD । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ଏହି ସୂଚନା ଦେଇଛନ୍ତି । ଏମସ୍‌ରେ ଡାକ୍ତର ଓ କର୍ମଚାରୀଙ୍କ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ବହୁ କର୍ମଚାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ଏମସ ଥିବା ସିଜୁଆରେ କିଛି ଅଞ୍ଚଳ କଣ୍ଟେନମେଣ୍ଟରେ ଥିବାରୁ ଏସବୁ ଦୃଷ୍ଟିରେ ରଖି ଏମସ୍‌ ଓପିଡିକୁ ଆସନ୍ତାକାଲିଠୁ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।


ଭୁବନେଶ୍ୱର ଆଜି ଆଉ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪ ଓ ଲୋକାଲ କେସ ୧୮ଜଣ ଚିହ୍ନଟ। ଏହାସହ ୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୟାପଲ୍ଲୀ ଆଇଆରସି ଭିଲେଜ ଓ ବ୍ରିଟ କଲୋନୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୀମଟାଙ୍ଗୀ ପିପୁଲ୍‌ସ ବସ୍ତିରୁ ଜଣେ, ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ନିକଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୭ରେ ପହଞ୍ଚିଥିବା ବେଳେ ୩୦୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୭ ଆକ୍ଟିଭ କେସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.