ସାମୁଦ୍ରିକ ଝଡ଼ ଫନି ଯୋଗୁଁ ବିଭିନ୍ନ ଜିଲ୍ଲାରେ ୪୧ଜଣଙ୍କ ପ୍ରାଣହାନି, ସରକାରୀ ଭାବେ ସୂଚନା ପ୍ରଦାନ

ଭୁବନେଶ୍ୱର(କେ ନ୍ୟୁଜ୍‌) : ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଫନି ଯୋଗୁଁ ବିଭିନ୍ନ ଜିଲ୍ଲାରେ ୪୧ଜଣଙ୍କ ପ୍ରାଣହାନି ଘଟିଛି। ସରକାରୀ ଭାବେ ଏହି ସୂଚନା ପ୍ରଦାନ କରିଛନ୍ତି ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ। ଏଥିରେ ଏକ କୋଟି ୫୦ଲକ୍ଷ ୯୩ହଜାର ୫୧୩ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୫ଲକ୍ଷ ୮ହଜାର ୪୬୭ଟି ଘର କ୍ଷତିଗ୍ରସ୍ତ ହୋଇଛି। ସେହିପରି ଏକ ଲକ୍ଷ ବିଜୁଳି ଖୁଣ୍ଟି ଭାଙ୍ଗିଛି ବୋଲି ସଚିବ କହିଛନ୍ତି। ରାଜଧାନୀରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। କଟକରେ ୭୦ ପ୍ରତିଶତ, ଖୋର୍ଦ୍ଧାରେ ୭୦ ପ୍ରତିଶତ ଓ ଜଟଣୀରେ ୫୦ ପ୍ରତିଶତ ଜଳ ଯୋଗାଣ ହୋଇପାରିଛି। ସେହିପରି ରାଜଧାନୀରେ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ଓ ୧୨ ତାରିଖ ସୁଦ୍ଧା ଶତପ୍ରତିଶତ ବିଜୁଳି ସେବା ମିଳିବ ବୋଲି ସେ କହିଛନ୍ତି। ଏହା ପରେ ପୁରୀରେ ବିଜୁଳି ବ୍ୟବସ୍ଥା ସୁଧାରିବା ପ୍ରକ୍ରିୟା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.