ଫନି କ୍ଷତିଗ୍ରସ୍ତ ଭିତ୍ତିଭୂମିକୁ ସଜାଡ଼ିବାକୁ ଏନଡିଆରଏଫ, ଓଡ୍ରାଫ ସହ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଲାଗିଛନ୍ତି କାମରେ

କେ ନ୍ୟୁଜ୍‌ : ଧ୍ୱସ୍ତବିଧ୍ୱସ୍ତ ସ୍ତୁପରୁ ଜୀବନକୁ ସଳଖିବାର ଚାଲିଛି ପ୍ରୟାସ। ଫନି କ୍ଷତିଗ୍ରସ୍ତ ଭିତ୍ତିଭୂମିକୁ ସଜାଡ଼ିବାକୁ ଏନଡିଆରଏଫ, ଓଡ୍ରାଫ ସହ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ କାମରେ ଲାଗିଛନ୍ତି। ଫନିର ସପ୍ତାହକ ପରେ ବି ମିଳିପାରିନି ବିଜୁଳି। ବିଜୁଳି ସରବରାହ ସ୍ୱାଭାବିକ କରିବାକୁ ୭୨ଟି ଟିମରେ ଅଗ୍ନିଶମ ବାହିନୀର ୪୫୦ କର୍ମଚାରୀ ନିୟୋଜିତ ହୋଇଛନ୍ତି।odrf

ସେସୁ ସହ ୧୬ଟି ଟିମ ମିଳିତ ଭାବେ ପୁନନିର୍ମାଣ କାମରେ ଲାଗିଛନ୍ତି। ଭୁବନେଶ୍ୱରର ୧୫ଟି ବସ୍ତିରେ ୧୮ହଜାର ଓ ୨୦ହଜାର ଲିଟରର ପାଣି ଟ୍ୟାଙ୍କରରେ ଜଳ ଯୋଗାଇ ଦିଆଯାଉଥିବା କହିଛନ୍ତି ଚିଫ ଫାୟାର ଅଫିସର ସୁକାନ୍ତ ସେଠୀ। ସେପଟେ ଭୁବନେଶ୍ୱରର ୫୭ଟି ୱାର୍ଡର ଏକଲକ୍ଷ ୫ହଜାର ପରିବାର ମଧ୍ୟରୁ ୫୦ହଜାର ପରିବାରକୁ ରିଲିଫ ବଣ୍ଟନ କରାଯାଇଛି। ବିଭିନ୍ନ ସ୍ଥାନରେ ଜମା ହୋଇଥିବା କୁଢକୁଢ ଅଳିଆକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ବିଏମସି ଅତିରିକ୍ତ କମିସନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.