ଫନିର ୬ଦିନ ପରେ ପୁରୀ ରେଳ ଷ୍ଟେସନରୁ ଗଡ଼ିଲା ଟ୍ରେନ

ପୁରୀ(କେ ନ୍ୟୁଜ୍‌) : ଫନିର ୬ଦିନ ପରେ ପୁରୀ ରେଳ ଷ୍ଟେସନରୁ ଗଡ଼ିଲା ଟ୍ରେନ। ଧୀରେ ଧୀରେ ସ୍ୱାଭାବିକ ହେଉଛି ପୁରୀରୁ ରେଳ ସେବା। ଦୁଇଦିନ ଧରି ଖୋର୍ଦ୍ଧା ରୋଡରୁ ପୁରୀକୁ ପରୀକ୍ଷାମୂଳକ ଭାବେ ରେଳ ଚଳାଚଳ କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗତକାଲି ସଂଧ୍ୟାରେ ୩ଟି ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ କରିଛି। ନିର୍ଦ୍ଧାରିତ ସମୟରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ପୁରୀରୁ ଛାଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ୯ଟି ଟ୍ରେନର ଚଳାଚଳ ଗତକାଲି ବାତିଲ ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.