କଏଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ, ଜେଲରେ ଇସ୍କନ ପକ୍ଷରୁ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ (କେ ନ୍ୟୁଜ଼) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ଜିଲ୍ଲା କାରାଗାର । ଏଠାରେ ୪ ଶହରୁ ଅଧିକ କଏଦୀ ବିଭିନ୍ନ ଅପରାଧିକ ମାମଲାରେ ସଜ଼ା କାଟୁଛନ୍ତି। କଏଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର କରାଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଏଦୀମାନଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ କରିବାକୁ ଇସ୍କନ ସଂସ୍ଥା ତରଫରୁ ଉଦ୍ୟମ କରାଯାଉଛି । ଜିଲ୍ଲା କାରାଗାରରେ ପ୍ରଥମ ଥର ପାଇଁ ଇସ୍କନ ପକ୍ଷରୁ ଏହି ଭଳି କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା । ଆଗକୁ ଆହୁରି ସୁଯୋଗ ମିଳିଲେ କଏଦୀଙ୍କୁ ଉଚିତ୍‌ ମାର୍ଗକୁ ଆଣିବାକୁ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଇସ୍କନ ସଦସ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.