ଏମିତି ଜଣେ ଉଦ୍ଭିଦ ବିଜ୍ଞାନୀ, ଯିଏ ବର୍ଷ ବର୍ଷ ଧରି ଚଳୁଛନ୍ତି ବିନା ବିଜୁଳିରେ

ଏବେ ବାତ୍ୟା ଫନି ଯୋଗୁ ରାଜଧାନୀ ସମେତ ରାଜ୍ୟର କେତେକ ଜ଼ିଲ୍ଲାରେ ବିଜୁଳି ନାହିଁ । ବିଜୁଳି ବିନା ବର୍ତମାନ ଜୀବନରେ କିଛି ବି କଥା ଭାବିବା ଯେମିତି ଦୁଃସ୍ବପ୍ନ । ହେଲେ ଆମ ଦେଶରେ ଏଭଳି ଲୋକ ଅଛନ୍ତି ଯିଏକି ବର୍ଷ ବର୍ଷ ଧରି ବିନା ବିଜୁଳିରେ ରହୁଛନ୍ତି । ସେ ହେଉଛନ୍ତି ପୁନେର ଡ଼. ହେମା ସନେ । ଯିଏକି ତାଙ୍କ ଘର ତିଆରି କଲା ଦିନରୁ ଘରେ ବିଜୁଳି ନେଇ ନାହାନ୍ତି । ହେମା ହେଉଛନ୍ତି ଜଣେ ପ୍ରକୃତି ପ୍ରେମୀ ପ୍ରକୃତି ପ୍ରେମୀ । ପରିବେଶ ସୁରକ୍ଷା ପାଇଁ ସେ ଏଭଳି ଅସମ୍ଭବ କାମ କରି ଦେଖାଇଛନ୍ତି । ତାଙ୍କର କହିବା କଥା ହେଉଛି, ଲୋକେ ମୋତେ ପଚାରନ୍ତି ତୁମେ କେମିତି ବିନା ବିଜୁଳିରେ ରହୁଛ, ମୁଁ ଉତ୍ତର ଦିଏ ତୁମେ କେମିତି ବିଜୁଳି ଭିତରେ ରହୁଛ ବୋଲି । ସେ ଆହୁରି କହିଛନ୍ତି ଯେ ଅତୀତରେ ଲୋକମାନେ ବିନା ବିଜୁଳିରେ ଚଳୁଥିଲେ । ମୋର ତ କିଛି ଅସୁବିଧା ହେଉନାହିଁ ।

DR. HEMA-1ଡ଼. ହେମାଙ୍କ ଘରେ ସମ୍ପତ୍ତି ଭାବରେ ଅଛନ୍ତି ଗୋଟିଏ କୁକୁର, ଦୁଇଟି ବିଲେଇ ଓ ଆଉ କିଛି ପକ୍ଷୀ । ସେ କୁହନ୍ତି ଏ ସମ୍ପତ୍ତି ମୋର ନୁହେଁ ଏଇମାନଙ୍କର । ମୁଁ କେବଳ ସେମାନଙ୍କ ଦେଖାଶୁଣା କରୁଛି । ଉଦ୍ଭିଦ ବିଜ୍ଞାନରେ ପିଏଚଡି କରିଥିବା ହେମା ଆହୁରି କହିଛନ୍ତି, ମୋତେ ଲୋକ ପାଗଳ ବୋଲି କୁହନ୍ତି । ହେଲେ ମୁଁ ମୋ ଅନୁସାରେ ଜୀବନ ଜୀଉଛି । ପୁନେର ବୁଧବାର ପେଠ ଅଂଚଳରେ ରହୁଥିବା ହେମା ଜଣେ ପ୍ରଫେସର ଭାବେ କାର୍ଯ୍ୟ କରିବା ପରେ ଅବସର ନେଇ ସାରିଛନ୍ତି । ବୃକ୍ଷ ତାଙ୍କର ଜୀବନ ବୋଲି ସେ କୁହନ୍ତି । ବର୍ତ୍ତମାନ ଯୁଗରେ ଏଭଳି ଜଣେ ମଣିଷ ସତରେ ଅତି ଆଶ୍ଚର୍ଯ୍ୟ ନୁହେଁକି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.