ଫନି ବାତ୍ୟାରେ ନଷ୍ଟ ହୋଇଥିବା ନୋଟ୍‌କୁ ବଦଳାଇବେ ସମସ୍ତ ବ୍ୟାଙ୍କ : ଆରବିଆଇ ନୋଟିସ

ବାତ୍ୟାରେ ନଷ୍ଟ ହୋଇଥିବା ନୋଟ୍‌କୁ ବ୍ୟାଙ୍କରେ ବଦଳାଇ ହେବ। ଏ ନେଇ ଆଜି ନୋଟିସ ଜାରି କରିଛି ଆରବିଆଇ। ମଳିନ, କଟା ଫଟା, ତ୍ରୁଟି ଯୁକ୍ତ ନୋଟ୍‌ ଗୁଡିକୁ କୌଣସି ବ୍ୟାଙ୍କ ଶାଖାରେ ବଦଳା ଯାଇ ପାରିବ। ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ ସମସ୍ତ ବ୍ୟାଙ୍କର ଶାଖାଗୁଡିକ ନଷ୍ଟ ହୋଇଯାଇଥିବା ନୋଟ୍‌ଗୁଡିକୁ କାଉଣ୍ଟରରେ ଗ୍ରହଣ କରିବେ ଏବଂ ତାହାର ବିନିମୟ ମୂଲ୍ୟ ଦେବେ। ଯେଉଁ ନୋଟ୍‌ଗୁଡିକ ଅଧିକ ନଷ୍ଟ ହୋଇଥିବ କିମ୍ବା ଅଧିକ ଅଠା ଲଗା ଯାଇଥିବାରୁ ସେଗୁଡିକୁ ହାତରେ ଧରି ହେଉ ନଥିବ ସେପରି ନୋଟ୍‌ ଆର୍‌ବିଆଇରେ ଜମା କରାଇ ହେବ। ଆରବିଆଇ ତାର କର୍ମଚାରୀଙ୍କୁ ଗୋଟିଏ କିମ୍ବା ତାଠାରୁ ଅଧିକ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିକୁ ଦାନ କରିବାକୁ ଅନୁରୋଧ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.