Below header

ରାଜଧାନୀରେ ୪୨ଫୁଟ ଉଚ୍ଚର ସହିଦ ସ୍ମାରକୀ ସ୍ତମ୍ଭ ନିର୍ମାଣ : ମୁଖ୍ୟମନ୍ତ୍ରୀ କରିବେ କଳସ ସ୍ଥାପନ

ଭୁବନେଶ୍ୱର : ସହିଦ ସ୍ମାରକୀ ସ୍ତମ୍ଭ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ସହିଦ ସ୍ମାରକୀସ୍ଥଳରୁ ମାଟି ଆସିଛି । ସ୍ୱାଧୀନତା ସଂଗ୍ରାମୀ ପଡିଆରେ ୪୨ଫୁଟ ଉଚ୍ଚର ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଉଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କଳସ ସ୍ଥାପନ କରି ଏହାର ଶୁଭ ଦେବେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ସହିଦ ବାସୁ-ବସୁନୀଙ୍କ ସ୍ମୃତି ପୀଠରୁ ମାଟି ସଂଗ୍ରହ କରାଯାଇଛି ।

କନିକା ସହିଦ ସ୍ମୃତି ସଂସଦର ସଭାପତି ଲକ୍ଷ୍ମୀନାରାୟଣ ସାହୁଙ୍କ ସଭାପତିତ୍ୱରେ ସ୍ମୃତିସ୍ତମ୍ଭ ନିକଟରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ପବିତ୍ର ମାଟିକୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସହିଦଙ୍କ ଦାୟାଦଙ୍କୁ ସମ୍ଭର୍ଦ୍ଧନା ଦିଆଯାଇ ଭୁବନେଶ୍ୱରରୁ ଆସିଥିବା ସ୍ୱତନ୍ତ୍ର କଳସରେ ମାଟି ସଂଗ୍ରହ ହୋଇଥିଲା । ଏହି ମାଟିକୁ ଶୋଭାଯାତ୍ରାରେ ରାଜକନିକା ଓ ଆଳି ପରିକ୍ରମା କରାଯାଇ ଭୁବନେଶ୍ୱର ଅଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.