ଶିକ୍ଷକ ନାଁରେ କଳଙ୍କ : ଛାତ୍ରୀଙ୍କୁ ଡ଼୍ରେସ ବଦଳାଉଥିବା ଦେଖିବାରୁ ଛେଚିଲେ ଅଭିଭାବକ

ଆଗ୍ରା : ଛାତ୍ରୀଙ୍କୁ ସୁରକ୍ଷା ଦେବେ କ’ଣ, ସେମାନଙ୍କ ଉପରେ ଶିକ୍ଷକ ରଖିଥିଲେ ଖରାପ ନଜର । ଡ୍ରେସ୍ ବଦଳାଇବା ବେଳେ ଲୁଚି ଦେଖୁଥିଲେ ସାର୍। ଘଟଣାଟି ଅଭିଭାବକଙ୍କ ନିକଟକୁ ଆସିଲାରୁ ନିର୍ଧୂମ ପିଟା ଖାଇଛନ୍ତି ଶିକ୍ଷକ । ଅଭିଭାବକମାନେ ହାତରେ ଓ ଜୋତାରେ ଛେଚିଛନ୍ତି । ଶେଷକୁ ସାରଙ୍କୁ ବେଶ ହଟହଟା ହେବାକୁ ପଡ଼ିଥିଲା। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶ ଆଗ୍ରାରେ। ମାଡ଼ ଖାଉଥିବା ଏହି ଶିକ୍ଷକଙ୍କ ନାଁ ଓମେନ୍ଦ୍ର ସିଂହ ବୋଲି ଜଣାପଡ଼ିଛି। ଘଟଣାରେ ପୋଲିସ ଓମେନ୍ଦ୍ର ଓ ସ୍କୁଲର ପ୍ରଧାନ ଶିକ୍ଷକ ଯଶବୀର ସିଂହ ଚୌହ୍ଵାନଙ୍କୁ ଗିରଫ କରିଛି। ସେହିପରି ଏମାନଙ୍କୁ ଚାକିରିରୁ ମଧ୍ୟ ନିଲମ୍ବନ କରାଯାଇଛି।

ଅଭିଯୋଗ ହୋଇଛି, ସ୍କୁଲ କର୍ତ୍ତୃପକ୍ଷ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ନୂଆ ୟୁନିଫର୍ମ ଦେଇଥିଲେ। ସେମାନେ ୟୁନିଫର୍ମ ବଦଳଇବା ବେଳେ ଶିକ୍ଷକ ଜଣଙ୍କ ଲୁଚି ଲୁଚି ଦେଖୁଥିଲେ । ଏକଥା ଜଣା ପଡ଼ିବା ପରେ ଉତ୍ୟକ୍ତ ଅଭିଭାବକ ସାର୍ଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ । ଏହି ଭିଡିଓ ଏବେ ସୋସିଆଲି ମିଡିଆରେ ଭାଇରାଲ୍ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.