କଟକରୁ ସହରରୁ ଆଜି ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୨ କ୍ବାରେଣ୍ଟାଇନ ଓ ୧୧ ଲୋକାଲ କେସ୍

କଟକରୁ ସହରରୁ ଆଜି ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସମେତ ୫ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଓ ୨୭ ଜଣ ହୋମ କ୍ୱାରେଣ୍ଟାଇନରୁ ଥିବାର ସିଏମସି ସୂଚନା ଦେଇଛି।

ସିଏମସି ସୂଚନା ମୁତାବକ ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରୁ ୩ ଜଣ ପୁରୁଷ (ବୟସ ୨୪, ୫୬ ଓ ୩୫) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ଜଣେ ୬୬ ବର୍ଷିଅ ପୁରୁଷ ସରକାରୀ କ୍ୱାରେଣ୍ଟାଇନରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବେହେରା ସାହି ମାଲଗୋଦାମ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣ ମହିଳା ହୋଇଥିବା ବେଳେ ୬ ଜଣ ପୁରୁଷ । ଏମାନଙ୍କର ବୟସ ୧୧ରୁ ୬୫ ବର୍ଷ । ସେହିପରି ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ଜୋନରୁ ୪ ଜଣ ମହିଳାଙ୍କ ସମେତ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ଜଣେ ୭ ବର୍ଷର ବାଳକ ଓ ଜଣେ ୭୫ ବର୍ଷିଅ ବୃଦ୍ଧ ବି ଅଛନ୍ତି । ସେହିପରି ମହାନଦୀ ବିହାରରୁ ଜଣେ କୋଭିଡ ଯୋଦ୍ଧା, ଓଡ଼ିଆ ବଜାରରୁ ଜଣେ ମହିଳା, ମହତାବ ନଗରରୁ ଜଣେ ୧୫ ବର୍ଷିଅ ବାଳକ, ବକ୍ସି ବଜାରୁ ଜଣେ ୪୨ ବର୍ଷିଅ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ୧୧ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କମଧ୍ୟରେ ଅଛନ୍ତି  ସୁତାହାଟ, ବକ୍ସିବଜାର, ତେଲେଙ୍ଗା ବଜାର, ସାମନ୍ତ ସାହି, ମହାନଦୀ ବିହାରରୁ ଜଣେ ଲେଖାଏଁ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଶଗଡ଼ିଆ, ବିଡ଼ାନାସୀ, ସାମନ୍ତ ସାହି ଓ ବେହେରା ସାହିରୁ ଜଣେ ଲେଖାଏଁ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବକ୍ସି ବଜାରରୁ ଜଣେ ଓ ମଧୁପାଟଣାରୁ ଜଣେ କୋଭିଡ ଯୋଦ୍ଧା ମଧ୍ୟ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.