Below header

ପାଞ୍ଚ ପ୍ରକାର କରୋନା ଭାଇରସ ଓଡିଶାରେ କାୟା ବିସ୍ତାର କରିଛି: RMRC ଓ ILS

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ  ୫ ପ୍ରକାର କରୋନା ଭାଇରସ ଠାବ ହୋଇଛି। ଗୁଜୁରାଟ, ତାମିଲନାଡୁ,ଦିଲ୍ଲୀ ଆଦି ୧୩ ରାଜ୍ୟରୁ ଆସିଥିବା ୧୮ଟି ଜିଲ୍ଳାର ପ୍ରବାସୀଙ୍କଠାରୁ ୨୨୫ ସାମ୍ପୂଲ ନେଇ ପରୀକ୍ଷା ନରୀକ୍ଷା କରିଥିଲା RMRC ଓ ILS। ଆଜି ମିଳିତ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇ  RMRC ଓ ILS କହିଛନ୍ତି ଯେ ରାଜ୍ୟରେ 19A, 19B, 20A, 20B ଓ 20C ଭାଇରସ ଠାବ କରାଯାଇଛି। କିଛି ଦିନ ହେଲା ରାଜ୍ୟରେ ଜିନୋମିକ୍‌ ଷ୍ଟଡି କରାଯାଇଛି ।

ଏହା  ପରେ ଏହି ପାଞ୍ଚ ପ୍ରକାର ଭାଇରସକୁ ଠାବ କରାଯାଇଛି ।  ସବୁଠାରୁ ଅଧିକ  20A, 20Bପ୍ରକାର ଭାଇରସ ଠାବ ହେଇଛି । ତେବେ ଭିନ୍ନ ଭିନ୍ନ ପ୍ରକାର ଭାଇରସର ମୁକାବିଲାଲେ ଅଲଗା ଭ୍ୟାକ୍ସିନ କାମ ଦେଇଛି କି ଗୋଟିଏ ଭ୍ୟାକ୍ସିନରେ ଫାଇଦା ହେଉଛି ତାହା ଜୁଲାଇ ପରଠାରୁ ସଂକ୍ରମଣକୁ ନେଇ ଗବେଷଣା କରି କହିହେବ ବୋଲି ILSର ନିର୍ଦ୍ଦେଶକ କହିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.