ଦୀର୍ଘ ୮ ମାସ ଧରି ଜେଲ ଦଣ୍ଡ ଭୋଗିବା ପରେ ମୁକୁଳିଲା କୁକୁଡ଼ା

କଣ ଆପଣ କେବେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତିକି ? କେବେ ଜେଲ ଦଣ୍ଡ ଭୋଗିଛନ୍ତିକି ? ହୁଏତ ଆପଣଙ୍କୁ କେବେ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡିନଥିବ । କିନ୍ତୁ କେବେ କୌଣସି ଜୀବଜନ୍ତୁ, ପଶୁପକ୍ଷୀଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡିଥିବ ବୋଲି ଶୁଣିଛନ୍ତିକି ? ଏଭଳି ଘଟଣା ହୁଏତ କେବେ ଶୁଣିନଥିବେ କି ଜାଣିନଥିବେ । କିନ୍ତୁ ଏମିତି ହିଁ ଏକ ଘଟଣା ଘଟିଛି ପାକିସ୍ତାନର ସିନ୍ଧ ପ୍ରଦେଶ ଜିଲ୍ଲା ଘୋଟାମି ଠାରେ । ଏଠାକାର ଏକ ଜେଲରେ ଏକ କୁକୁଡ଼ାକୁ ୮ ମାସ ଧରି ଜେଲରେ ରହିବାକୁ ପଡିଛି । ଦୀର୍ଘ ୮ ମାସ ଧରି ପୋଲିସ କଷ୍ଟଡ଼ିରେ ରହି ଆସୁଥିବା ଏକ କୁକୁଡ଼ାକୁ ଅଦାଲତ ମୁକୁଳେଇବା ଆଦେଶ ଦେବା ପରେ ଛଡା ଯାଇ ମାଲିକଙ୍କ ହେପାଜତରେ ଦିଆଯାଇଛି ।

Cockfighting | spectacle | Britannica

ସୂଚନା ଦେବା ଯୋଗ୍ୟକି, ଏହି ଅଂଚଳରେ ୮ ମାସ ପୂର୍ବରୁ ଏକ ବେଆଇନ କୁକୁଡ଼ା ଲଢେଇ ଖେଳରେ ସାମିଲ ହୋଇଥିବା କାରଣରୁ କିଛି ଲୋକଙ୍କ ସହ ଦୁଇ ଡଜନ କୁକୁଡ଼ାଙ୍କୁ ସ୍ଥାନୀୟ ପୋଲିସ ତରଫରୁ ଗିରଫ କରାଯାଇଥିଲା । ପରେ ଜାମିନରେ ଅନ୍ୟ ସମସ୍ତ ଦୋଷୀଙ୍କୁ ଛଡା ଯାଇଥିଲେ ମଧ୍ୟ ଏହି କୁକୁଡ଼ାଙ୍କ ମାଲିକାନା ନେବା ପାଇଁ କେହି ବି ରାଜି ହୋଇନଥିଲେ । ପୋଲିସ ନିକଟରେ ଦର୍ଜ ହୋଇଥିବା ଏଫଆଇଆରରେ ଏହି କୁକୁଡ଼ାଙ୍କ ବାବଦରେ ଉଲ୍ଲେଖ ଥିବାରୁ ସେମାନେ କେଶ ପ୍ରପର୍ଟି ବାବଦରେ ଜେଲରେ ଦାଖଲ ହୋଇଥିଲେ ଓ ଥାନାରେ ହିଁ ରହି ଆସୁଥିଲେ ।

ପୋଲିସ ଭୟରେ ବା ଅନ୍ୟ କୌଣସି କାରଣରୁ କୌଣସି ବ୍ୟକ୍ତି ଏହି କୁକୁଡ଼ା ମାନଙ୍କ ମାଲିକାନା ପାଇଁ ଦାବି କରି ପାରିନଥିଲେ । କିନ୍ତୁ କୋର୍ଟ ଫଇସଲା କରି ସାରିବା ପରେ କୁକୁଡ଼ା ମାନଙ୍କୁ ଛାଡ଼ି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଏପରି ହିଁ କରାଯାଇଥିଲା । କହିରଖିବା ଉଚିତ ହେବକି, ଏବେ ବି ଚାରୋଟି କୁକୁଡ଼ା ପୋଲିସ ହେପାଜତରେ ଅଛନ୍ତି । ପାକିସ୍ତାନରେ କୁକୁଡ଼ା ଲଢେଇକୁ ଆଇନ ବିରୋଧୀ କରାଯାଇଛି । ଯଦି ଏମିତି କରୁଥିବାର କେହି ଯଦି ଧରାପଡନ୍ତି ତେବେ ସେମାନଙ୍କୁ ଏକ ବର୍ଷ ଜେଲ ଦଣ୍ଡ ସହ ୫୦୦ ଟଙ୍କାର ଜୋରିମାନା ବି ଦେବାକୁ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.