Below header

ଡ୍ରିମ୍‌ ଫ୍ଲାଇଟ୍‌ର ଶୁଭାରମ୍ଭ କଲେ ମନ୍ତ୍ରୀ ଅଶୋକ ପଣ୍ଡା, ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆକାଶରେ ଉଡିଲେ ୪୮ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

 ଭୁବନେଶ୍ୱର(କେନ୍ୟୁଜ୍): ଆକାଶରେ ଉଡିଲେ ୪୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଭୁବନେଶ୍ୱର ଅଞ୍ଚଳର ଆର୍ଥିକ ଅନୁନ୍ନତ ପରିବାରର ୪୦ ଜଣ ଓ ୮ ଜଣ ବାରିପଦା ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀ ଆକାଶରେ ଉଡିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡି ସାଉଁଟୁଛନ୍ତି ଅନୁଭୂତି । ପାଖାପାଖି ୪୦ ମିନିଟ୍ ଆକାଶରେ ଉଡିବେ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ମନ୍ତ୍ରୀ ଅଶୋକ ପଣ୍ଡା ଏହି ଡ୍ରିମ୍ ଫ୍ଲାଇଟ୍‌ର ଶୁଭାରମ୍ଭ କରିଥିଲେ । ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିମାନ ବନ୍ଦର ପରିସରରେ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା । କେକ୍ କଟାଯିବା ସହ ସଂଗୀତ ପରିବେଷଶ କରାଯାଇଥିଲା । ଏହା ପରେ ଆଲିଆନ୍ସ ଏୟାର ଇଡି ଦୀପା ମହାଜନ ଛାତ୍ରଛାତ୍ରୀଙ୍କୁ ଗିଫ୍‌ଟ୍ ଓ ବୋଡିଂ ପାସ୍ ଦେଇଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ, ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକ ପଣ୍ଡା, ସ୍ୱାଭିମାନ ସଂଗଠନର ଅଧ୍ୟକ୍ଷ ସୃତି ମହାପାତ୍ର, ଅଭିନେତା ଆକାଶ ଦାସ ନାୟକ, ସବ୍ୟସାଚ୍ଚୀ ଓ ବିମାନ ବନ୍ଦର କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାଭିମାନ ସଂଗଠନ ପକ୍ଷରୁ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୦୦୧ରୁ ଏହି ରାଜ୍ୟସ୍ତରୀୟ ସଂଗଠନ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି । ୪୪ ଦିବ୍ୟାଙ୍କ ପିଲାଙ୍କୁ ବିମାନରେ ବସିବାର ସୁଯୋଗ ଦେବା ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଥିଲା । ଅନୁରୋଧ ରକ୍ଷା କରି ମନ୍ତ୍ରାଳୟ ସମସ୍ତ ପିଲାମାନଙ୍କ ବିମାନ ଦେୟ ଛାଡ଼ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.