Below header

Zomato କିଣିଲା UberEatsର ଅଂଶୀଦାରୀ, ଏମିତି କହି ବିଦାୟ ଜଣାଇଲେ ୟୁଜର

UberEats ମଙ୍ଗଳବାର ସକାଳେ ଟୁଇଟରରେ କରିଥିବା ଏକ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ୟୁଜରମାନେ ଏହାକୁ ପଢ଼ି ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। ଟୁଇଟ୍‌ କରି UberEats ଲେଖିଛି ଯେ ‘ଆମେ ୨୦୧୭ରେ ଫୁଡ୍‌ ଡେଲିଭରି ବିଜିନେସ୍‌ ଆରମ୍ଭ କରିଥିଲୁ। ଆଜି ଏହି ଯାତ୍ରା ଏକ ଅଲଗା ମୋଡ ନେଇଛି। Zomato ଭାରତରେ UberEatsକୁ ଅଧିଗୃହୀତ କରିନେଇଛି। ତତ୍କାଳ ପ୍ରଭାବରେ ଆମେ ଏଠାରେ ଉପଲବ୍ଧ ରହିବୁ ନାହିଁ’। ଏହାପରଠୁ ଟୁଇଟରରେ #Zomato ଏବଂ #UberEats ଟ୍ରେଣ୍ଡ କରୁଛି। କିଛି ଲୋକ ଏହାକୁ ନେଇ ଭାବୁକ ହୋଇଯାଇଥିବା ବେଳେ ଆଉ କିଛି ଲୋକ ଏହାର ଖୁବ୍‌ ମଜା ନେଇଛନ୍ତି।

u1 ରିପୋର୍ଟ ମୁତାବକ, Zomato, UberEatsର ଭାରତୀୟ କାରବାରକୁ କିଣିଛି। ଏହି ଷ୍ଟକ୍‌ ଡିଲ୍‌ ଅଧୀନରେ Uberକୁ Zomatoର ୯.୯୯% ଶେୟାର ମିଳିବ। Zomatoର ଭାଲ୍ୟୁଶନ ହିସାବରେ ଏହି ଶେୟାରର ଦାମ୍‌ ପାଖାପାଖି ୨,୫୦୦ କୋଟି ଟଙ୍କା ହେବ।

j11

UberEats ନିଜ ଆପ୍‌ରେ ରେଷ୍ଟୁରାଣ୍ଟ ପାର୍ଟନର, ଡେଲିଭରି ପାର୍ଟନର ଏବଂ ଗ୍ରାହକଙ୍କୁ Zomato ପ୍ଲାଟ୍‌ଫର୍ମକୁ ସ୍ଥାନାନ୍ତର କରିଦେବ। କ୍ଷତି ଯୋଗୁ Uber ଫୁଡ୍‌ ଡେଲିଭରି ବିଜିନେସ୍‌ ବିକିବାକୁ ନିଷ୍ପତ୍ତି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.