Below header

ବଲିଉଡ ଗାୟିକା ନେହା କକ୍କଡଙ୍କ ବଦାନ୍ୟତା, ଦମକଳ କର୍ମୀଙ୍କୁ ଦେଲେ ୨ ଲକ୍ଷ ଟଙ୍କାର ସହାୟତା ରାଶି

ବଲିଉଡ ଗାୟିକା ନେହା କକ୍କଡଙ୍କ ହୃଦୟ କେତେ ମହାନ ହୁଏତ ଏହା କହିବା ସେତେଟା ଦରକାର ପଡିବ ନାହିଁ । ଯଦି କେହି ନିଜ ସଂଘର୍ଷ ଓ ଦୁଃଖଭରା କାହାଣୀ ତାଙ୍କ ନିକଟରେ ବଖାଣିଥାଏ । ତାଙ୍କ ଆଖିରୁ ଆପଣାଛାଏଁ ଲୁହ ବାହାରି ପଡେ । ଏଥରର ଇଣ୍ଡିଆନ ଆଇଡଲ -୧୧ ସିଜିନରେ ବିଚାରପତି ଆସନରେ ବସିଥିବା ସମୟରେ ଏକ ଘଟଣାକୁ ନେଇ ପୁଣି ଥରେ ନେହଙ୍କ ହୃଦୟ କାନ୍ଦି ଉଠିଛି । ପ୍ରକୃତରେ ୭୧ ତମ ଗଣତନ୍ତ୍ର ଦିବସ ଅବସରରେ ଇଣ୍ଡିଆନ ଆଇଡଲ ରିଆଲିଟି ସୋ’ ରେ ଏକ ବିଶେଷ ଏପିସୋଡ଼ର ଆୟୋଜନ କରାଯାଇଥିଲା ।

neha

ଏହି ଉତ୍ସବରେ ଭାରତୀୟ ସେନାର କେତେକ ଯବାନ, ପୋଲିସ କର୍ମଚାରୀ, ସୁରକ୍ଷା କର୍ମୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ସୋ’ର ପ୍ରତିଯୋଗୀମାନେ ତାଙ୍କ ସମ୍ମାନରେ ବିଭିନ୍ନ ଦେଶାତ୍ମବୋଧକ ଗୀତ ମଧ୍ୟ ଗାଇଥିଲେ ।ଏହି ସମୟରେ ନେହା ଦମକଳ କର୍ମୀ ବିପିନ ଗଣତ୍ରାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଦମକଳ ବିଭଗର ଏହି କର୍ମଚାରୀ ଜଣଙ୍କ ବିଗତ ୪୦ ବର୍ଷ ଧରି ନିରନ୍ତର ଭାବେ ସେବା ଯୋଗେଇ ଆସୁଛନ୍ତି ।

neha new

ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଥିବା ବିପିନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି । ବିପିନଙ୍କ ଜୀବନ କାହାଣୀ ଶୁଣି ନେହଙ୍କ ଆଖିରେ ଲୁହ ଆସିଯାଇଥିଲା । ଖାଲି ନେହା କାହିଁକି ସୋ’ରେ ଉପସ୍ଥିତ ଥିବା ଅନ୍ୟମାନେ ବି ଭାବବିହ୍ୱଳ ହୋଇପଡିଥିଲେ । ପରବର୍ତ୍ତୀ ସମୟରେ ସେ ତାଙ୍କୁ ଅର୍ଥର ସାହାଯ୍ୟ କରିବେ ବୋଲି ନେହା ନିଷ୍ପତି ନେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.