ରାଜ୍ୟରେ ଥମିବାର ନାଁ ନେଉନି କରୋନା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟା ଭିତରେ ୪୬୯ ଜଣ ନୂଆ ପଜିଟିଭ କେସ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୦ ଟି ଜିଲ୍ଲାରୁ ୪୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୯୦୭୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏମଧ୍ୟରୁ ୩୧୭ ଜଣ କ୍ଵାରିଣ୍ଟିଂନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଖବର ଅନୁଯାୟୀ ଏଯାବତ ରାଜ୍ୟରେ ୨୯୨୪୦୭ ଟି କରୋନା ଟେଷ୍ଟ ସାରିଥିବା ବେଳେ ସେମଧ୍ୟରୁ ୯୦୭୦ ଟି ପଜିଟିଭ କେସ ଚିହ୍ନଟ ହୋଇଛି ।

ଯେବେକି ୫୯୩୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଯାବତ ରାଜ୍ୟରେ ୩୦୯୦ ଟି ଆକ୍ଟିଭ କେସ ରହିଥିବା ଜଣାଯାଇଛି । ରିପୋର୍ଟ ଅନୁଯାୟୀ ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ଅଛି କଟକ ଜିଲ୍ଲା । ଜିଲ୍ଲାରୁ ବାହାରିଛନ୍ତି ୯୪
ଜଣ ପଜିଟିଭ । ଆଉ ୬୬ ପଜିଟିଭ କେସ ସହିତ ତୃତୀୟ ସ୍ଥାନରେ ରହିଛି ସୁନ୍ଦରଗଡ| ସେହିପରି ଅନୁଗୁଳ ରୁ ୧୧ ଜଣ ଆକ୍ରାନ୍ତ, ବାଲେଶ୍ୱରରୁ ୮ଜଣ, ଭଦ୍ରକରୁ ୧୬ଜଣ, ବଲାଙ୍ଗୀରରୁ ୩ ଜଣ, ଗଜପତିରୁ ୧୨ ଜଣ, ଯାଜପୁରରୁ ୨୫ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳ

ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ାରୁ ୫ ଜଣ, କେଉଁଝରରୁ ୨୫ ଜଣ, ଖୋର୍ଦ୍ଧରୁ ୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମାଲକାନାଗିରିରୁ ଜଣେ, ମୟୁରଭଞ୍ଜରୁ ୬ ଜଣ, ନବରଂଗ ପୁରରୁ ୨ ଜଣ, ନୟାଗଡରୁ ୨୪ ଜଣ, ପୁରୀ ରୁ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁର ଜିଲ୍ଲାରୁ ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେକି ଅମ୍ପନ ଦାୟିତ୍ୱରେ ଥିବା ୪
ଜଣ ଏନଡିଆରଏଫଙ୍କ କରୋନା ରିପୋର୍ଟ ବି ପଜିଟିଭ ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.