କରୋନାରେ ଗଡ଼ିଲା ଆଉ ଦୁଇ ମୁଣ୍ଡ, ମୋଟ ସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର; କରୋନାରେ ଆଜି ରାଜ୍ୟରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ସୁନ୍ଦରଗଡ ଓ ଗଜପତି ଜିଲ୍ଲାର ବୋଲି ସୂଚନାରୁ ଜଣାଯାଇଛି । ଏହାକୁ ମିଶାଇ ଏଯାବତ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗଜପତି ଜିଲ୍ଲାର ମୃତକ ହେଉଛନ୍ତି ୪୦ ବର୍ଷୀୟ ବ୍ୟକ୍ତି । ଆଉ ସୁନ୍ଦରଗଡ ଜିଲ୍ଲାର ମୃତକ ହେଉଛନ୍ତି ୬୪ ବର୍ଷୀୟ ଜଣେ ବୃଦ୍ଧ । ସେ ଡାଇବେଟିସ ରୋଗରେ ପୀଡିତ ଥିଲେ । ଅନ୍ୟପକ୍ଷରେ ବାଲେଶ୍ଵର ଜିଲ୍ଲାର ଜଣେ ୪୫ ବର୍ଷୀୟ ପଜିଟିଭ ଚିହ୍ନଟ ହୋଇଥିବା ମହିଳାଙ୍କ ମଧ୍ୟ ଆଜି ମୃତ୍ୟୁ ଘଟିଛି । ଏହି ମହିଳା ଜଣଙ୍କ ମାସିଭ ହେମୋଗ୍ରାଫିକ ଏକ୍ସଡାଟିଭ ପ୍ଲିଉରାଳ ୟିଫୁସନ ରୋଗରେ ପୀଡିତ ଥିଲେ । କିନ୍ତୁ ମହିଳାଙ୍କ ମୃତ୍ୟୁକୁ କୋଭିଡ ମୃତ୍ୟୁରେ ଗଣାଯାଉନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.