ଝାଡ଼ଖଣ୍ଡ: ବିଦ୍ୟୁତ୍ ତାର ନେଲା ୫ ହାତୀଙ୍କ ଜୀବନ

ବିଦ୍ୟୁତ ଆଘାତରେ ଚାଲିଗଲା ୫ଟି ହାତୀଙ୍କ ଜୀବନ। ଝାଡ଼ଖଣ୍ଡ ପୁର୍ବୀ ସିଂଭୂମ ଜିଲ୍ଲା ମୁସାବଣି ବନାଞ୍ଚଳ ଉପରବଡ଼ ପଟାସ ଜଙ୍ଗଲ ଭିତରୁ ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଝାଡ଼ଖଣ୍ଡ (କେନ୍ୟୁଜ): ବିଦ୍ୟୁତ ଆଘାତରେ ଚାଲିଗଲା ୫ଟି ହାତୀଙ୍କ ଜୀବନ। ଝାଡ଼ଖଣ୍ଡ ପୁର୍ବୀ ସିଂଭୂମ ଜିଲ୍ଲା ମୁସାବଣି ବନାଞ୍ଚଳ ଉପରବଡ଼ ପଟାସ ଜଙ୍ଗଲ ଭିତରୁ ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁୟାୟୀ ଜଙ୍ଗଲ ଭିତରେ ୯ ଟିକିଆ ହାତୀପଲ ଜଙ୍ଗଲ ଭିତରେ ବୁଲୁଥିବାବେଳେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଗୋଟିଏ ହାତୀ ଆସିଥିଲା। ଅନ୍ୟମାନେ ହାତୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ। ଅଘଟଣ ସମ୍ପର୍କରେ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ କିପରି ଏତେ ତଳକୁ ବିଦ୍ୟୁତ ତାର ଝୁଲିରହିଲା ସେନେଇ କାରଣ ଖୋଜାଚାଲିଛି।

You might also like