ସମୁଦ୍ରରୁ ଦୂରଗାମୀ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ
ସମୁଦ୍ରରୁ ଦୂରଗାମୀ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସଦ୍ୟତମ ଗାଇଡେଡ ମିସାଇଲ ଡେଷ୍ଟ୍ରୟର 'ଇମ୍ଫାଲ' ଯୁଦ୍ଧପୋତରୁ ଦୂରଗାମୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ । ଏହି ମିସାଇଲ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିଥିଲା ।

କେନ୍ୟୁଜ୍: ସମୁଦ୍ରରୁ ଦୂରଗାମୀ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସଦ୍ୟତମ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ‘ଇମ୍ଫାଲ’ ଯୁଦ୍ଧପୋତରୁ ଦୂରଗାମୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ । ଏହି ମିସାଇଲ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିଥିଲା ।
ଭାରତୀୟ ନୌସେନା ଯୁଦ୍ଧପୋତରେ କମିଶନିଂ ପୂର୍ବରୁ ଏହା ପ୍ରଥମ ପରୀକ୍ଷଣ । ଇମ୍ଫାଲ ହେଉଛି ଭାରତୀୟ ନୌସେନର ବିଶାଖାପାଟନମ ଶ୍ରେଣୀର ତୃତୀୟ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଯୁଦ୍ଧପୋତ ।
ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଇମ୍ଫାଲ ବ୍ୟାଟଲ ଲଢ଼ିଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ଯୁଦ୍ଧପୋତର ନାଁ ରଖାଯାଇଛି । ଏଥିରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଉତକ୍ଷେପଣ କରାଯାଇପାରୁଥିବା କ୍ଷେପଣାସ୍ତ୍ର , ଆଣ୍ଟି ସିପ ମିଶାଇଲ ଓ ଟର୍ପିଡୋ ସନ୍ନବେଶିତ ହୋଇପାରିବ ।