UN ରିପୋର୍ଟ : ଜଳବାୟୁ ପରିବର୍ତ୍ତନ ଯୋଗୁ ଗର୍ଭବତୀ ମହିଳା ଓ ଛୋଟ ପିଲା ହୋଇପାରନ୍ତି ଅଧିକ ପ୍ରଭାବିତ

ଜଳବାୟୁ ପରିବର୍ତ୍ତନ ଯୋଗୁ ସାଧାରଣ ଲୋକଙ୍କ ଅପେକ୍ଷା ଗର୍ଭବତୀ ମହିଳା ଓ ଛୋଟ ପିଲା ଅଧିକ ପ୍ରଭାବିତ ହେଉଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଜଳବାୟୁ ପରିବର୍ତ୍ତନ ହେବାର ସମସ୍ତ ଲୋକଙ୍କ ଉପରେ କ’ଣ ପ୍ରଭାବ ପଡିଥାଏ ।

ଜଳବାୟୁ ପରିବର୍ତ୍ତନ ହେବାର ଏକ ପ୍ରମୁଖ କାରଣ ହେଉଛି ଲୋକମାନଙ୍କ ଖରାପ ଲାଇଫ୍‌ ଷ୍ଟାଇଲ୍‌ । ଯେଉଁଥି ପାଇଁ ଆମେ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛେ । ସୂଚନା ମୁତାବକ, ଏହି ପରିବର୍ତ୍ତନ ଯୋଗୁ ସାଧାରଣ ଲୋକଙ୍କ ଅପେକ୍ଷା ଗର୍ଭବତୀ ମହିଳା ଓ ଛୋଟ ପିଲା ଅଧିକ ପ୍ରଭାବିତ ହେଉଛନ୍ତି ।

ଜଳବାୟୁ ପରିବର୍ତ୍ତନକୁ ନେଇ ଅଧ୍ୟାୟନ କରୁଥିବା ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସି ଦାବି କରିଛନ୍ତି ଯେ, ଏହାର ପ୍ରଭାବ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କ ଉପରେ ସବୁ ଠାରୁ ଅଧିକ ପଡୁଛି । ଏହାସହ ଦୁବାଇରେ ନଭେମ୍ବର ୨୧ରେ ହୋଇଥିବା COP ୨୮ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଉପରେ ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସି ସୂଚନା ଦେଇଛି ଯେ ଆଗକୁ ଯାଇ ଗର୍ଭବତୀ ମହିଳା ଓ ଛୋଟ ପିଲା ଏହି ସମସ୍ୟାର ଅଧିକ ସମ୍ମୁଖୀନ ହୋଇପାରନ୍ତି ।

ସୂଚନା ମୁତାବକ, ବହୁତ କମ ଦେଶ ଅଛନ୍ତି ଯେଉଁମାନେ ଏହି ବିଷୟରେ ସୂଚନା ଦେଉଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଜଳବାୟୁ ପରିବର୍ତ୍ତନ ହେବାର ସମସ୍ତ ଲୋକଙ୍କ ଉପରେ କ’ଣ ପ୍ରଭାବ ପଡିଥାଏ ।

ଜାଣନ୍ତୁ ଜଳବାୟୁ ପରିବର୍ତ୍ତନ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପକାଇଥାଏ :
WHO ସୂଚନା ଅନୁସାରେ, ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଶ୍ୱରେ ସମସ୍ତ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ଯୋଗୁ ପିଲାମାନଙ୍କ ଭବିଷ୍ୟାତ ଖରାପ ନହେବା ପାଇଁ, ଏବେ ଠାରୁ ଆମକୁ ସଚେତନ ରହିବା ଅତ୍ୟନ୍ତ ଜରୁରୀ । ତେବେ ଏଥିପାଇଁ ଆମକୁ ଆବଶ୍ୟକ ହେଉଥିବା ପଦକ୍ଷେପ ନେବାକୁ ପଡିବ ।

ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ :
ସୂଚନା ମୁତାବକ, ୨୦୨୩ର ଜଳବାୟୁ ପରିବର୍ତ୍ତନର ବିଶ୍ୱରେ ଅନେକ ନାକାରାତ୍ମକ ପ୍ରଭାବ ଯୋଗୁ ଆଗକୁ ପ୍ରକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିପାରେ । ସେହିସବୁ ମଧ୍ୟରୁ ଜଙ୍ଗଲ ଅଗ୍ନିକାଣ୍ଡ, ବନ୍ୟା,ମରୁଡ଼ି ପରି ଅନେକ ଜିନିଷ ଲୋକଙ୍କୁ ସ୍ଥାନାନ୍ତର ହେବାକୁ ବାଧ୍ୟ କରିଛି । ସେହିପରି ଆହୁରି ଅନେକ ଅସୁବିଧା ରହିଛି, ଯେପରି ଫସଲ ନଷ୍ଟ ହୋଇଯିବା ସହ ଗୃହପାଳିତ ପଶୁମାନଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏହି ବଢୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁ ମ୍ୟାଲେରିଆ, ଡେଙ୍ଗୁ ଭଳି ଅନେକ ଘାତକ ରୋଗ ବଢିବାକୁ ଲାଗିଛି । ତେବେ ଏହି ସଂକ୍ରମଣ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କ ପାଇଁ ସାଂଘାତିକ ହୋଇପାରେ ।

ଜଳବାୟୁ ପରିବର୍ତ୍ତନ ପିଲାଙ୍କ ମସ୍ତିଷ୍କ ପାଇଁ କ୍ଷତିକାରକ :
ଜଳବାୟୁ ପରିବର୍ତ୍ତନ ଛୋଟ ପିଲାଙ୍କ ପାଇଁ ବହୁତ ବିପଦଜନକ । ଏହା ଦ୍ୱାରା ପିଲାଙ୍କ ମସ୍ତିଷ୍କ ଅନେକ ପ୍ରଭାବିତ ହୋଇଥାଏ । ଏହି ସବୁ ବ୍ୟତୀତ ଆହୁରି ଅନେକ ସମସ୍ୟା ମଧ୍ୟ ହୋଇପାରେ ।

ଗର୍ଭରେ ଥିବା ସମୟରେ ହିଁ ପିଲାଙ୍କୁ ହୋଇପାରେ କ୍ଷତି :
ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସି ଦାବି ଅନୁସାରେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗର୍ଭରେ ଥିବା ପିଲାମାନଙ୍କ ଉପରେ ମଧ୍ୟ ହୋଇଥାଏ । ଏହା ଦ୍ୱାରା ଗର୍ଭଧାରଣ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ ଯେପରି ସମୟ ପୂର୍ବରୁ ପିଲାର ଜନ୍ମ, କମ ଓଜନ ହେବା ସହ ପିଲାର ମୃତ୍ୟୁ ମଧ୍ୟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.