ନୂଆ ଫାଇଟର ଜେଟ୍ସ ପାଇଁ ଜାରି ହେଲା ୧୦ ହଜାର କୋଟି ଟଙ୍କାର ଟେଣ୍ଡର, ଜାଣନ୍ତୁ ଏହାର ଫାଇଦା

ଗତ ୨୦ ବର୍ଷ ମଧ୍ୟରେ ବାୟୁସେନା ବିଭିନ୍ନ ବାୟୁ ଦୁର୍ଘଟଣାରେ ନିଜର ୧୨ଟି ଯୁଦ୍ଧ ବିମାନ ହରାଇଛି । ଏଭଳି ପରିସ୍ଥିତିରେ ନୂଆ ଫାଇଟର୍‌ ଜେଟ୍ସ ମାଧ୍ୟମରେ ବାୟୁସେନାରେ ଏହି ଅଭାବକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରିବେ।

ଭାରତ ସରକାର ଲଗାତାର ଭାବରେ ନିଜର ସଶସ୍ତ୍ର ବାହିନୀକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଯାହାଫଳରେ ଦେଶକୁ ଶତ୍ରୁ କବଳରୁ ରକ୍ଷା କରାଯାଇପାରିବ । ଭାରତୀୟ ସେନା ସହିତ ଭାରତୀୟ ବାୟୁସେନାକୁ ମଧ୍ୟ ମଜବୁତ କରିବା ପାଇଁ କାର୍ଯ୍ୟ ଚାଲିଛି । ଏହି କ୍ରମରେ ବାୟୁସେନାର ସ୍କ୍ଵାଡ୍ରନ ଶକ୍ତି ବୃଦ୍ଧି କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ‘ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍’ (HAL) କୁ ୧୦ ହଜାର କୋଟି ଟଙ୍କା ଟେଣ୍ଡର ଜାରି କରିଛି । ଏହା ଅଧୀନରେ ବାୟୁସେନା ପାଇଁ ୧୨ ସୁଖୋଇ -30 MKI ଫାଇଟର୍‌ ଜେଟ୍ସ ହାସଲ କରାଯିବ ।

ରିପୋର୍ଟ ଅନୁସାରେ ଡିସେମ୍ବର ଶେଷ ସୁଦ୍ଧା HAL ଏହି ଟେଣ୍ଡରର ଉତ୍ତର ଦେବାକୁ ଯାଉଛି । ଭାରତୀୟ ବାୟୁସେନାର ଶକ୍ତି ହ୍ରାସ ପାଇବା ସମୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ୨୦ ବର୍ଷ ମଧ୍ୟରେ ବାୟୁସେନା ବିଭିନ୍ନ ବାୟୁ ଦୁର୍ଘଟଣାରେ ନିଜର ୧୨ଟି ଯୁଦ୍ଧ ବିମାନ ହରାଇଛି । ଏଭଳି ପରିସ୍ଥିତିରେ ନୂଆ ଫାଇଟର୍‌ ଜେଟ୍ସ ମାଧ୍ୟମରେ ବାୟୁସେନାରେ ଏହି ଅଭାବକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରିବେ।

ସମସ୍ତ ଯୁଦ୍ଧ ବିମାନ ଭାରତରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ମାଧ୍ୟମରେ ପ୍ରସ୍ତୁତ ହେବ। ଏଥିରେ ୬୦ ପ୍ରତିଶତ ଉପକରଣ ସ୍ୱଦେଶୀ ହେବାକୁ ଯାଉଛି । ଭାରତୀୟ ବାୟୁସେନାରେ ୨୬୦ଟି ଯୁଦ୍ଧ ବିମାନ ଅଛି । କିନ୍ତୁ ନୂଆ ସୁଖୋଇ –୩୦ ଯୁଦ୍ଧ ବିମାନ ଯାହା ବାୟୁସେନା ଜାହାଜରେ ସାମିଲ ହେବ ସେଗୁଡ଼ିକ ପୁରୁଣା ଫାଇଟର ଜେଟ୍ସ ଅପେକ୍ଷା ଅଧିକ ଆଧୁନିକ ହେବ। ଥରେ HAL ଟେଣ୍ଡର ସମ୍ବନ୍ଧରେ ନିଜର ନୋଟିସ୍‌ ପ୍ରକାଶ ପାଇବା ପରେ ଯୁଦ୍ଧ ବିମାନର ଡେଲିଭରି ଡେଟ୍‌ ମଧ୍ୟ ପ୍ରକାଶ ପାଇବ । ତେବେ ଏହି ଫାଇଟର ଜେଟ୍ସର କଣ ଫାଇଦା ରହିଛି ଆସନ୍ତୁ ଜାଣିବା ।

ସୁଖୋଇ -30 MKI ହେଉଛି ଏକ ମଲ୍ଟି ରୋଲ ଫାଇଟର ଜେଟ୍‌, ଯାହା ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର କଣ୍ଟ୍ରୋଲ କରିବାରେ ସକ୍ଷମ । ଏଥିରେ ଅସ୍ତ୍ର MK-1 ଲଙ୍ଗ୍‌ ରେଞ୍ଜ୍ ଏୟାର-ଟୁ-ଏୟାର ମିସାଇଲ୍, ବ୍ରାହ୍ମୋସ୍ ଏୟାର ଲଞ୍ଚ ହୋଇଥିବା ମିସାଇଲ୍‌ ଏବଂ ଏଥିରେ ଅନେକ ପ୍ରକାରର ବୋମା ଲଗାଯାଇ ପାରିବ । ସୁଖୋଇ -30 MKI ହେଉଛି 4.5 ଜେନେରେସେନର ଫାଇଟର୍‌ ଜେଟ୍‌ , ଯାହା କ୍ଷୀପ୍ର ବେଗ ସହ ଧୀର ଗତିରେ ମଧ୍ୟ ଅନେକ ପ୍ରକାରର କାର୍ଯ୍ୟ କରିପାରିବ । ବାୟୁରେ ଥିବାବେଳେ ମଧ୍ୟ ଏହି ଯୁଦ୍ଧ ବିମାନରେ ଇନ୍ଧନ ଭରାଯାଇପାରିବ । ଏହା ମଧ୍ୟ ଅନେକ ଦୂରତା ପର୍ଯ୍ୟନ୍ତ ପାଟ୍ରୋଲିଂ କରିପାରିବ ।

ଏହି ଯୁଦ୍ଧ ବିମାନ ସାହାଯ୍ୟରେ ଭାରତ ଶତ୍ରୁମାନଙ୍କ ଉପରେ ନଜର ରଖି ପାରିବ । ଏହାକୁ ନେଇ ବାୟୁ ସେନା ବେଶ ଖୁସି ଥିବା ଜଣା ପଡ଼ିଛି । ସ୍ଥଳ ସେନା ପରି ବାୟୁ ସେନା ଆମ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦିଏ । ଏପରି ସ୍ଥିତିରେ ଏହି ଫାଇଟର ଜେଟ୍‌ ଅନେକ ସୁବିଧା ଯୋଗାଇବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.