Below header

ଅଧା ରହିଗଲା ଜଗା ଦର୍ଶନ : ପୋଲ ତଳକୁ ଖସିଲା କାର୍‌, ଗୋଟିଏ ପରିବାରର ୫ ଗୁରୁତର

ଜଗା ଦର୍ଶନ କରିବାକୁ ଯାଉଥିଲେ ସପରିବାର। ଅଧାବାଟରେ ପୋଲ ତଳକୁ ଖସି ପଡ଼ିଲା କାର୍‌। ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି।ଏପରି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ।

ସୋର (କେନ୍ୟୁଜ): ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି।

ସୂଚନା ଅନୁସାରେ ଆଜି ସକାଳେ ପଶ୍ଚିମବଙ୍ଗରୁ ଗୋଟିଏ ପରିବାରର ଜଗା ଦର୍ଶନ କରିବାକୁ ପୁରୀ ଅଭିମୁଖେ କାର୍‌ ଯୋଗେ ଯାଉଥିଲେ। ତଳନଗର ନିକଟରେ କାର୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଫଳରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାର୍‌ରେ ଡ୍ରାଇଭର ସମେତ ୫ ଜଣ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.