ନଦୀକୁ ଯାଉଥିଲେ ରୁହନ୍ତୁ ସତର୍କ, ଗାଧୋଇବା ସମୟରେ ହଠାତ୍ ମାଡି ଆସିଲା ୮ ଫୁଟର କୁମ୍ଭୀର

ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ ! ନଦୀରେ ଗାଧୋଉଥିବା ବେଳେ ଯୁବକଙ୍କୁ ହଠାତ୍ ଆକ୍ରମଣ କରିବାକୁ ମାଡ଼ି ଆସିଲା ବିରାଟକାୟ କୁମ୍ଭୀର । ଆଉ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ନୂଆ ଜୀବନ ପାଇଲେ ଯୁବକ । ଥମିବାର ନା ନେଉନାହିଁ କୁମ୍ଭୀର ଆତଙ୍କ ।

ମାର୍ଶାଘାଇ(କେନ୍ୟୁଜ୍): ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ ! ନଦୀରେ ଗାଧୋଉଥିବା ବେଳେ ଯୁବକଙ୍କୁ ହଠାତ୍ ଆକ୍ରମଣ କରିବାକୁ ମାଡ଼ି ଆସିଲା ବିରାଟକାୟ କୁମ୍ଭୀର । ଆଉ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ନୂଆ ଜୀବନ ପାଇଲେ ଯୁବକ । ଥମିବାର ନା ନେଉନାହିଁ କୁମ୍ଭୀର ଆତଙ୍କ । ରାଜନଗର ପରେ ଏବେ ମାର୍ଶାଘାଇରେ କୁମ୍ଭୀରକୁ ନେଇ ଆତଙ୍କିତ ନଦୀ କୂଳିଆ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଷୋଟିବାଲି ଗାଁରେ ଅଘଟଣ ଘଟୁ ଘଟୁ ଅଧାରୁ ବଞ୍ଚିଯାଇଛି ଜୀବନ । ଗାଁ ନିକଟ ଦେଇ ବହି ଯାଇଥିବା ଲୁଣା ନଦୀରେ ଗତ କିଛିଦିନ ହେବ କୁମ୍ଭୀର ଚଳ ପ୍ରଚଳ ହେଉଥିବାର ଦେଖି ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।

ତେବେ କୈଳାସ ବେହେରା ନାମକ ଜଣେ ଯୁବକ ନଦୀରେ ଗାଧୋଉଥିବା ବେଳେ ଏକ ୮ ଫୁଟ ଲମ୍ବର କୁମ୍ଭୀର ହଠାତ୍ କୈଳାସଙ୍କ ନିକଟକୁ ପାଣିରେ ପହଁରି ପହଁରି ମାଡି ଆସିଥିଲା । କୈଳାସ କୁମ୍ଭୀର ଆସୁଥିବାର ଦେଖି ଛାନିଆ ହୋଇ ଉପରକୁ ଚାଲି ଆସିଥିଲେ । କୁମ୍ଭୀର ଆସି କୈଳାସ ଗାଧୋଉଥିବା ସ୍ଥାନରେ ପହଁଚି ପାଣିରେ ବୁଡି ରହିଲା । କିଛି ସମୟ ପରେ ପ୍ରାୟ ୪ ଫୁଟ ପର୍ଯ୍ୟନ୍ତ ନିଜ ପାଟିରେ ପାଣି ଫୋପାଡି ଥିଲା ବୋଲି କହିଛନ୍ତି କୈଳାସ ।

କୁମ୍ଭୀରକୁ ଦେଖିବା ପରେ କୈଳାସ ଅଧା ଗାଧୋଇ ଛାନିଆ ହୋଇ ପାଣିରୁ ଉପରକୁ ପଳାଇ ଆସି କିଛି ଦୂରରେ ଛେଳି ଚରାଉଥିବା ଲୋକଙ୍କୁ ଏନେଇ ଜଣାଇଥିଲେ। ଗ୍ରାମବାସୀ ମାନେ କୈଳାସ ଗାଧୋଉଥିବା ସ୍ଥାନରେ ପହଁଚି ଖୋଜାଖୋଜି କରିଥିଲେ ହେଲେ କୁମ୍ଭୀର ସେଠାରୁ ପଳାଇ ଯାଇଥିବାର ଦେଖିବାକୁ ପାଇଥିଲେ । ଏହି ଖବର ପାଇବା ପରେ ନଦୀ କୂଳ ଗାଁରେ ଆତଙ୍କିତ ଅବସ୍ଥା ରେ ଅଛନ୍ତି ଗ୍ରାମବାସୀ ।

man

ନଦୀନାଳ ଘେରା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ନଦୀନାଳରେ କୁମ୍ଭୀର ମାନଙ୍କର ଗତିବିଧ ବଢି ଚାଲିଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇ ଜନଜୀବନ କ୍ଷୟକ୍ଷତି ହେଉଥିବାର ଘଟଣା ଦିନ କୁ ଦିନ ବଢି ଚାଲିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଦିନକୁ ଦିନ କୁମ୍ଭୀର ଆକ୍ରମଣରେ ଆହତ ଏବଂ ମୃତ୍ୟୁକଙ୍କ ସଂଖ୍ୟା ବଢୁ ଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲୋକମାନଙ୍କ ସୁରକ୍ଷା ପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି ।

ତେବେ ସୂଚନା ଥାଉକି, ଗତ କିଛି ଦିନ ହେଲା କୁମ୍ଭୀରକୁ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି । ତେବେ ପ୍ରାୟତଃ ବନ୍ୟାଜଳ ଓ ଗୋଳିଆ ପାଣି ଆସିବାବେଳେ ନଦୀ ମଝିରେ ପ୍ରଖର ସ୍ରୋତ ହେତୁ କୁମ୍ଭୀରମାନେ ନଦୀକୂଳ ଓ ନାଳ ମୁହାଣ ପାଖକୁ ଚାଲି ଆସିଥାନ୍ତି। ବିଶେଷ କରି ଗାଧୁଆ ଓ ଶୌଚ ପାଇଁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ କରାଯାଇଛି। ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବନବିଭାଗ ଲୋକଙ୍କୁ ସଚେତନ କରାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.