ଅଟୋରୁ ବିପୁଳ ପରିମାଣର ସୁନା ସହ ୫ କେଜି ରଙ୍ଗ ଜବତ, ୨ଗିରଫ

ପୁରୀ(କେନ୍ଯୁଜ୍): ଅଟୋରୁ ବିପୁଳ ପରିମାଣର ସୁନା ସହ ୫ କେଜି ରଙ୍ଗ ଜବତ କରିଛି ପୁରୀ ପୋଲିସ । ଏହି ଘଟଣାରେ ବାସେଳୀସାହି ଥାନା ଜଗନ୍ନାଥ ବସ୍ତିର ରମେଶ ବେହେରା ଓ ଲୋକନାଥ ରୋଡର ମହେନ୍ଦ୍ର ଦେଓଙ୍କୁ ଗିରଫ କରାଯାଇଛି ।

ଗଡ଼ିଶାଗୋଦା ଥାନା ପାଟଯୋଶୀପୁରର ପ୍ରଭାତ କୁମାର ଦାସଙ୍କ ଜୁଏଲାରୀ ଦୋକାନରୁ ଗତ ୮ ତାରିଖ ରାତିରେ ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିସହ ଆଉ ଏକ ରଙ୍ଗ ଦୋକାନରୁ ମଧ୍ୟ ଲୁଟ ହୋଇଥିଲା।

ପୋଲିସ ଘଟଣାର ତଦନ୍ତ କରି ଉଭୟଙ୍କୁ ଗିରଫ କରିବା ସହ ଏକ ଅଟୋକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.