ବଜ୍ରପାତରେ କେନ୍ଦ୍ରାପଡା ଜିଲ୍ଲାରେ ୫ ମୃତ
ଆଜି କାଳବୈଶାଖୀ ଜନିତ ବଜ୍ରପାତରେ କେନ୍ଦ୍ରାପଡା ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଆଳି/ କେନ୍ଦ୍ରାପଡା: ଆଜି କାଳବୈଶାଖୀ ଜନିତ ବଜ୍ରପାତରେ କେନ୍ଦ୍ରାପଡା ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଶାଳିଅଞ୍ଚ ଗ୍ରାମରେ ଆଜି ଅପରାହ୍ନ ୫ ଟା ସମୟରେ ହଠାତ୍ କଳାହାଣ୍ଡିଆ ମେଘ ଉଠାଇବା ସହିତ କାଳବୈଶାଖୀର ପ୍ରକୋପ ବୃଦ୍ଧି ପାଇଥିଲା। ବିନା ବର୍ଷାରେ ପାଖାପାଖି ୪୦ ମିନିଟ୍ ଧରି ପ୍ରଚଣ୍ଡ ଘଡଘଡି ସହିତ ଲଗାତାର ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ଆଳି ଥାନା ଶାଳିଅଞ୍ଚ ଗ୍ରାମ ନିବାସୀ ବିଷ୍ଣୁ ଚରଣ ବେହେରାଙ୍କ ପୁଅ ଅନୀଲ ବେହେରା(୩୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ବଡଆଙ୍କୋ ଗ୍ରାମ ନିବାସୀ ଗୁରୁଚରଣ ମଲିକ ଗୁରୁତର ଅବସ୍ଥାରେ ଆଳି ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲା ପୁଣ୍ଡିଲୋ ଗ୍ରାମର ପୁର୍ଣ୍ଣଚନ୍ଦ୍ର ମହାନ୍ତି(୬୨), ବିରିଜଙ୍ଗର ଶିବ ପ୍ରସାଦ ସାହୁ(୬୦, ବାଙ୍ଗିରି ର ଆଶୁତୋଷ ଜେନ(୧୮) ଓ ବିରସ୍ୱାତି ଗାଁର ଅମ୍ଭିକା ମଲିକ(୫୨) ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି ।