Below header

ବଲାଙ୍ଗିରରେ ଗାଈଚରା ଓ ପାଣିମଡ଼ାକୁ ନେଇ ୨ଜଣଙ୍କ ମୃତ୍ୟୁ ମାମଲା: ୫ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ଗାଈଚରା ଓ ପାଣିମଡ଼ାକୁ ନେଇ ୨ଜଣଙ୍କ ମୃତ୍ୟୁ ମାମଲାରେ ୫ଜଣ ଅଟକ। ଦେଓଗାଁ ପୋଲିସ ୫ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଗତକାଲି ଦେଓଗାଁ ଥାନା ଜରସିଙ୍ଗା ଗାଁରେ ଶ୍ରୀପତି ଭେଶ୍ରା ଓ ଧନମତ ରାଉତଙ୍କ ମଧ୍ୟରେ ପୂର୍ବ ବିବାଦରୁ ଗାଈ ଚରାଇବା ବେଳେ ଗଣ୍ଡଗୋଳ ହୋଇଥିଲା।

ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିିଥିବା ବେଳେ ୩ଜଣ ଆହତ ହୋଇଥିଲେ। ଆଜି ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.